Odisha Link
Bridging the Missing Links in Odisha

ଅବସରପ୍ରାପ୍ତ ନିଯୁକ୍ତିରେ ଅଙ୍କୁଶ, ଜାରି ହେଲା ନିର୍ଦେଶାବଳୀ

ଓଏଲ୍‌ ବ୍ୟୁରୋ: ଅବସର ପରେ ପୁନଃ ନିଯୁକ୍ତି ପାଇଁ ନିର୍ଦେଶାବଳୀ ଜାରି ହୋଇଛି। କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ ହେବ ସେନେଇ ବିସ୍ତୃତ ଗାଇଡଲାଇନ ଜାରି ହୋଇଛି। ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ପାଇଁ ଗଠନ କମିଟି ହେବ। ଏହି କମିଟିର ସଭାପତିତ୍ବ କରିବେ ମୁଖ୍ୟ ଶାସନ ସଚିବ। କମିଟିରେ ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜିଏ ସଚିବ, ଅର୍ଥ ସଚିବ, ସଂପୃକ୍ତ ବିଭାଗର ସଚିବ ଆଦି ସଦସ୍ୟ ରହିବେ।

ପୁନଃ ନିଯୁକ୍ତି ପାଇଁ କ’ଣ ରହିଛି ମାନଦଣ୍ଡ ଜାଣନ୍ତୁ…

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଜାରି ହୋଇଥିବା ଗାଇଡଲାଇନ୍‌ ଅନୁସାରେ, ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ କରାଯିବ ପୁନଃ ନିଯୁକ୍ତି। ସେହିପରି ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ଥିବା ନିହାତି ଜରୁରୀ। ଭଲ ସର୍ଭିସ ରେକର୍ଡ ଥିଲେ ପୁନଃ ନିଯୁକ୍ତି ମିଳିବ। କୌଣସି ମାମଲା ବିଚାରଧୀନ ଥିଲେ ବାଦ୍ ପଡ଼ିବେ। ଅବସରର ୧୦ ବର୍ଷ ମଧ୍ୟରେ CCR ରେକର୍ଡ ଭଲ ନଥିଲେ ପୁନଃ ନିଯୁକ୍ତି ମିଳିବନାହିଁ।

ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ ବୋଲି କହିଛି ବିଭାଗ। ପ୍ରାରମ୍ଭରେ ପୁନଃନିଯୁକ୍ତିର ଅବଧି ଏକ ବର୍ଷ ପାଇଁ ରହିବ ଏବଂ ସେହି ସମୟରେ ଯଦି ସେମାନେ ସନ୍ତୋଷଜନକ ଭାବେ କାର୍ଯ୍ୟ କରିଥିବେ ତେବେ ପରବର୍ତ୍ତୀ ସମୟରେ ସେମାନଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯିବ। ତେବେ ୨୦୧୪ର ସାମୟିକ ପୁନଃନିଯୁକ୍ତି ବିଜ୍ଞପ୍ତିକୁ ଖାରଜ କରିଛନ୍ତି ସରକାର। ପ୍ରଥମେ ଖାଲି ପଦ ଭର୍ତ୍ତି ପାଇଁ ପଦୋନ୍ନତି ଉପରେ ଗୁରୁତ୍ୱ ଦିଆଯିବ। ଅତି ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ୬୫ ବର୍ଷ ପର୍ଯ୍ୟନ୍ତ ପୁନଃନିଯୁକ୍ତି କରାଯିବ।

Leave A Reply

Your email address will not be published.