ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଏଣିକି ଝିଅଙ୍କୁ ମିଳିବ ବାପାଙ୍କ ଚାକିରି
ଓଏଲ୍ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଧ୍ୟକ୍ଷତା କରିଥିବାବେଳେ ୩ଟି ପ୍ରସ୍ତାବରେ ମୋହର ବାଜିଛି। ଯେଉଁଥିରେ ସରକାରୀ କର୍ମଚାରୀଙ୍କୁ ମୃତ୍ୟୁ ପରେ ତାଙ୍କ ଝିଅ ଏବଂ ସାବତ ଝିଅଙ୍କୁ ମଧ୍ୟ ନିଯୁକ୍ତି ପାଇଁ ଅଧିକାର ମିଳିପାରିବ ବୋଲି କ୍ୟାବିନେଟ୍ ପ୍ରସ୍ତାବ ପାରିତ ହୋଇଛି।
ଏଥିସହିତ ଗୋପାଳପାଳପୁର ପୋର୍ଟର ୯୫ ସେୟାରକୁ ଆଦାନୀ ଗ୍ରୁପକୁ ପ୍ରଦାନ କରାଯାଇଛି। ଯାହାଫଳରେ ଗୋପାଳପୁର ବନ୍ଦର ଉନ୍ନତି କରଣ କରାଯାଇପାରିବ। ଫଳରେ ରାଜ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ। ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅଗ୍ନିବୀରମାନଙ୍କୁ ପୋଲିସ, ଅଗ୍ନିଶମ ବାହିନୀ, ବନକର୍ମଚରୀ ଏବଂ ଓଡ୍ରାଫ ଆଦି ସଂସ୍ଥାରେ ୧୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରହିବ।