ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ
ଓଏଲ୍ ବ୍ୟୁରୋ: ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ ନୂଆ ରେକର୍ଡ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷରେ ୧୬୦ ଦିନ ମଧ୍ୟରେ ୧୦୦.୪୪ ନିୟୁତ ଟନ୍ ପଣ୍ୟ ଅପସାରଣ କରି ପୂର୍ବତଟ ରେଳପଥ ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି। ଗତ ଆର୍ଥିକ ବର୍ଷର ସମାନ ଅବଧି ପଣ୍ୟ ଅପସାରଣ ତୁଳନାରେ ୬.୧୫ ନିୟୁତ ଟନ୍ ଅଧିକ ପଣ୍ୟ ଅପସାରଣ କରିପାରିଛି ରେଳ ବିଭାଗ।
ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ୬୦.୩୮ନିୟୁତ ଟନ୍ ପଣ୍ୟ ଅପସାରଣ କରାଯାଇଥିବା ସମୟରେ ୱାଲଟିୟର ରେଳ ମଣ୍ଡଳରେ ୨୨.୬୮ନିୟୁତ ଟନ୍, ଏବଂ ସମ୍ୱଲପୁର ରେଳ ମଣ୍ଡଳରେ ୧୭.୩୮ ନିୟୁତ ଟନ୍ ପଣ୍ୟ ଅପସାରଣ କରାଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଶିଳ୍ପ ଏବଂ ବନ୍ଦରଗୁଡ଼ିକର ଲଜିଷ୍ଟିକ୍ ଆବଶ୍ୟକତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।