Odisha Link
Bridging the Missing Links in Odisha

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ ପରେ ଗଣଦୁଷ୍କର୍ମ, ଛାତି ଥରେଇ ଦେବ ଇନ୍ଦୋରରେ ହୋଇଥିବା ଅଘଟଣ

ଓଏଲ୍‌ ବ୍ୟୁରୋ: ଶୂନଶାନ୍‌ ରାତି, ସେନା ଅଫିସର ଓ ତାଙ୍କ ବାନ୍ଧବୀ। ଆଉ ତାପରେ ଯାହା ହେଲା ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ସେନାର ଦୁଇଜଣ ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହିତ ମଙ୍ଗଳବାର ରାତିରେ ଯାହା ଘଟିଛି ତାହା ଭୟର ବାତାବରଣ ସୃଷ୍ଟି କରିଛି। ବାନ୍ଧବୀଙ୍କ ସହିତ ବୁଲିବାକୁ ଯାଇଥିବା ୨ ସେନା ଅଫିସରଙ୍କୁ ଦୁର୍ବୃତ୍ତ ଗନ୍‌ ପଏଣ୍ଟରେ ଅଟକ ରଖିବା ସହିତ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଏପରିକି ସେନା ଅଫିସରଙ୍କ ଜଣେ ବାନ୍ଧବୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ଏବେ ୬ଜଣଙ୍କୁ ପଚରାଉଚରା କରୁଥିବା ବେଳେ ୨ ଜଣଙ୍କୁ ହେପାଜତକୁ ନେଇଛି।

ଇନ୍ଦୋରର ଏସପି ହିତିକ ବାସଲେ କହିଛନ୍ତି, ମହୁ ସ୍ଥିତ ଇନଫ୍ରିଟ୍‌ ସ୍କୁଲକୁ ସେନାର ଦୁଇ ଜଣ ଅଧିକାରୀ ଟ୍ରେନିଙ୍ଗ୍‌ ନେବା ପାଇଁ ଉତ୍ତର ପ୍ରଦେଶରୁ ଆସିଥିଲେ। ଦୁଇ ଜଣ ଅଫିସର ବାନ୍ଧବୀଙ୍କ ସହିତ ବିଳମ୍ବିତ ରାତିରେ ବୁଲିବାକୁ ବାହାରିଥିଲେ। ଇନ୍ଦୋରରୁ ପାଖାପାଖି ୫୦ କିଲୋମିଟର ଦୂରରେ ଥିବା ଐତିହାସିକ ଜାମ ଗେଟ ନିକଟରେ ଦୁର୍ବୃତ୍ତ ମାନେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଘେରି ଥିଲେ। ଆହତ ହୋଇଥିବା ଅଧିକାରୀଙ୍କ ଅଭିଯୋଗ ମୁତାବକ ଗନ୍‌ ପଏଣ୍ଟରେ ରଖି ଜଣେ ବାନ୍ଧବୀଙ୍କୁ ଗଣ ବଳତ୍କାର କରିଛନ୍ତି ଦୁର୍ବୃତ୍ତ। ଅଭିଯୁକ୍ତଙ୍କ ମାଡ଼ରେ ଦୁଇ ସେନା ଅଧିକାରୀ ଆହତ ମଧ୍ୟ ହୋଇଥିବା କହିଛନ୍ତି ସ୍ଥାନୀୟ ଏସ୍‌ପି।

ଜଣେ ସେନା ଅଧିକାରୀ କହିବା ମୁତାବକ, ମହୁ ମଣ୍ଡଳେଶ୍ବର ରୋଡରେ ଥିବା ଜାମ ଗେଟ ନିକଟରେ ଅହଲ୍ୟା ଗେଟ ରହିଛି। ବିଳମ୍ବିତ ରାତି ୨.୩୦ରେ ଦୁଇ ସେନା ଅଧିକାରୀ ଓ ତାଙ୍କ ଦୁଇ ବାନ୍ଧବୀ ପାର୍ଟି କରୁଥିଲେ। ଜଣେ ଅଧିକାରୀ ତାଙ୍କ ବାନ୍ଧବୀ ସହିତ କାରରେ ଥିବାବଳେ ଆଉ ଜଣେ ଅଧିକାରୀ ତାଙ୍କ ବାନ୍ଧବୀ ସହିତ କାରଠୁ ଟିକେ ଦୂରରେ ଠିଆ ହୋଇଥିଲେ। ଠିକ୍‌ ଏହି ସମୟରେ କାର୍‌ ପାଖକୁ ୬-୭ ଜଣ ବଦମାଶ ଆସି ଧମକ ଚମକ କରିଥିଲେ। ଗାଡ଼ି ଭିତରେ ଥିବା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଗାଡ଼ିରୁ ବାହାର କରିବା ସହିତ ଅନ୍ୟ ଅଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ମାଗିଥିଲେ ଦୁର୍ବୃତ୍ତ। ପରେ ଗନ୍‌ ପଏଣ୍ଟରେ ରଖି ଜଣେ ବାନ୍ଧବୀଙ୍କ ସହିତ ଦୁଷ୍କର୍ମ ହୋଇଥିବା କହିଚନ୍ତି ସେନା ଅଧିକାରୀ।

ସେ ଆହୁରି କହିଛନ୍ତି ଯେ ଜଣେ ସେନା ଅଧିକାରୀ ଏନେଇ କମାଣ୍ଡିଙ୍ଗ ଅଫିସରଙ୍କୁ ଜଣାଇଥିଲେ। ପରେ କମାଣ୍ଡିଙ୍ଗ ଅଫିସର ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଁଞ୍ଚିବା ବେଳକୁ ଦୁର୍ବୃତ୍ତ ମାନେ ପାଖ ଜଙ୍ଗଲ ମୁହାଁ ପଳେଇଥିଲେ। ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ କରି ଜଙ୍ଗଲରୁ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି।

ଆଜି ସକାଳୁ ମହୁର ସ୍ଥାନୀୟ ସରକାରୀ ମେଡିକାଲରେ ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବଡଗୋଡା ପୁଲିସ ବିଏନଏସ ଧାରା ୭୯ (ଗ୍ୟାଙ୍ଗରେପ), ୩୧୦-୨, ୩୦୮-୨ ସମେତ ଅନ୍ୟ ଧାରା ଲଗାଇ ମାମଲା ରୁଜୁ କରିଛି।

Leave A Reply

Your email address will not be published.