Odisha Link
Bridging the Missing Links in Odisha

ଡରାଇଲାଣି ଡେଙ୍ଗୁ, ୫ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଥିବାବେଳେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ରାଜ୍ୟରେ ଏଯାବତ୍ ୫୧୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁରେ ମୃତ୍ୟୁ ନେଇ ସରକାରୀ ଭାବେ ତଥ୍ୟ ଆସିନି।

ଡେଙ୍ଗୁ ସହ ମଙ୍କିପକ୍ସ, ବାର୍ଡଫ୍ଲୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବରଗଡ଼ ସ୍କ୍ରବ୍ ଟାଇଫସ୍‌ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲା ଏବେ ବି ସ୍ପଷ୍ଟ ହୋଇନି। କେନ୍ଦ୍ରାପଡ଼ା ଓ ପୁରୀରେ ବାର୍ଡ ଫ୍ଲୁ ଅଞ୍ଚଳରେ କୁକୁଡ଼ା କଲିଂ ସରିଛି। ଯାଜପୁର ଓ କଟକର କିଛି ଅଞ୍ଚଳରେ କଲିଂ ଆରମ୍ଭ ହୋଇଛି। ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ଓ ଅଣ୍ଡା ନଖାଇବାକୁ ପରାମର୍ଶ ଦିଆଯାଇଛି। ମଙ୍କିପକ୍ସ ପାଇଁ ଆଡଭାଇଜରୀ ଜାରି ହୋଇଛି। ଏନେଇ ନଜର ରଖାଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ରଖିଛନ୍ତି।

Leave A Reply

Your email address will not be published.