Odisha Link
Bridging the Missing Links in Odisha

ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ ଗୃହୀତ, ଜାଣନ୍ତୁ ନୂଆ ନିୟମ..

ଓଏଲ୍ ବ୍ୟୁରୋ: ସପ୍ତଦଶ ବିଧାନସଭାର ପ୍ରଥମ ତଥା ବଜେଟ ଅଧିବେଶନ ବୁଧବାର ସମାପ୍ତ ହୋଇଛି।ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ଧାର୍ଯ୍ୟ ହୋଇଥିବା ବେଳେ ୨ଦିନ ଆଗରୁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥାପନ କରିଥିବା ଓଡିଶା ଦ୍ରବ୍ୟ ଓ ସେବାକର(ସଂଶୋଧନ) ବିଲ, ୨୦୨୪ ବିଧାନସଭା ଅଧିବେଶନର ଶେଷ ଦିବସରେ ଗୃହୀତ ହୋଇଛି।

ଏହି ବିଲରେ ମୋଟ ୪ଟି ସଂଶୋଧନ କରାଯାଇଛି। ସଂଶୋଧିତ ବିଲ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୁଟଖା, ପାନ ମସଲା କମ୍ପାନିରେ ବ୍ୟବହୃତ ଯନ୍ତ୍ରପାତିର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ନିୟମ ଉଲ୍ଲଂଘନ କଲେ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ। ୩ ଦିନରେ ଜରିମାନା ପୈଠ ନକଲେ ଯନ୍ତ୍ରପାତି ଜବତ ହେବ।

ଜିଏସଟି ନିୟମ, ୨୦୧୭ର ସେକ୍ସନ-୩କୁ ସଂଶୋଧନ କରି ମୁଖ୍ୟ କମିଶନର ପଦବୀ ଯୋଡା ଯିବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ କେବଳ ସେକ୍ସନ-୩ରେ କମିଶନର ପଦବୀ ଥିଲା। ଅନ୍ୟଏକ ସଂଶୋଧନ ସଦୃଶ ଆଇଏସଡିମାନଙ୍କ ଦ୍ଵାରା ଆଇଟିସି ବଣ୍ଟନକୁ ବାଧ୍ୟତାମୂଳକ କରାଯାଯାଇଛି। ଏହାଦ୍ଵାରା ଆଇଏସଡି ସଂସ୍ଥାମାନେ ଜିଏସଟି ଫାଙ୍କିବାର ସୁଯୋଗ ପାଇବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.