Odisha Link
Bridging the Missing Links in Odisha

ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ: କାର୍ଯ୍ୟରେ ବିନିଯୋଗ ହେଉ ବଜେଟରେ ଆବଣ୍ଟିତ ଅର୍ଥ

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ପାରିତ ହୋଇଛି। ତେଣୁ ସରକାରଙ୍କ ନିର୍ଦ୍ଦେଶାନୁସାରେ ବଜେଟରେ ଆବଣ୍ଟିତ ଅର୍ଥ ବିନିଯୋଗ କରିିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷ ପାଇଁ ଗତ ଜୁଲାଇ ୨୫ ତାରିଖରେ ଓଡ଼ିଶା ବିଧାନସଭାରେ ବଜେଟ ଆଗତ କରାଯାଇଥିଲା ଏବଂ ସେପ୍ଟେମ୍ବର ୧୦ ତାରିଖରେ ଏହା ପାରିତ ହୋଇଛି। ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଅନୁସାରେ ସମସ୍ତ ନୀତି ନିୟମ ଅନୁସରଣ କରି ପାଣ୍ଠି ବିନିଯୋଗ କରିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.