Odisha Link
Bridging the Missing Links in Odisha

ଆସ୍ଥା ଭୋଟ ହାରିଲେ ପୌରାଧ୍ୟକ୍ଷା, ଆଗତ ହେଲା ଅନାସ୍ଥା ପ୍ରସ୍ତାବ

ଓଏଲ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଦେଖିବାକୁ ମିଳିଛି ରାଜନୈତିକ ହଟଚମଟ। ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ଗାଦିଚ୍ୟୁତ ଲାଗି ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଉପାଧ୍ୟକ୍ଷ ଓ କାଉନସିଲର। ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ୧୦ କାଉନସିଲର୍‌ ଭୋଟ୍ ଦେଇଛନ୍ତି। ଅନାସ୍ଥା ଭୋଟ ଗ୍ରହଣରେ ଅନୁପସ୍ଥିତ ରହିଲେ ୩ କାଉନସିଲର।

ସୂଚନା ଅନୁସାରେ, ସୋମବାର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଓ ୮ ଜଣ କାଉନସିଲର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ତାଙ୍କ ବାସଭବନଠାରେ ଭେଟି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ଏବଂ ୮ କାଉନସିଲରମାନେ ଅଭିଯୋଗ କରିଥିଲେ ଯେ, ଅଧ୍ୟକ୍ଷା କାଉନସିଲରମାନଙ୍କୁ ଅଣଦେଖା କରିବା ସହ ନିଜ ଇଚ୍ଛା ମୁତାବକ ବେଆଇନ ଭାବେ କାର୍ଯ୍ୟ କରୁଛନ୍ତି।

ଏନ୍‌ଏସିର ନିୟମ ଅନୁସାରେ ଅଧ୍ୟକ୍ଷା ନିୟମିତ ବୈଠକ, ଆୟବ୍ୟୟ ସମୀକ୍ଷା ଇତ୍ୟାଦି କରୁନାହାଁନ୍ତି। ଏମିତିକି ମାତ୍ରାଧିକ ଅର୍ଥ ବ୍ୟୟକରି ରାଜକୋଷ ଅର୍ଥ ହରିଲୁଟ୍‌ କରୁଛନ୍ତି। ଆହୁରି ମଧ୍ୟ ଅଭିଯୋଗ ହୋଇଛି ଅଧ୍ୟକ୍ଷା ପରିଷଦରେ ପାରିତ ହୋଇଥିବା କାର୍ଯ୍ୟ ଖସଡ଼ାଗୁଡ଼ିକ ଚଞ୍ଚକତା କରି ନିଜ ମନ ମୁତାବକ ପାରିତ ପ୍ରସ୍ତାବକୁ ବଦଳାଇ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଏହା ସହ ଉନ୍ନୟନମୂଳକ କାର୍ଯ୍ୟକୁ ଟେଣ୍ଡର ନକରି ନିଜ ସମ୍ପର୍କୀୟମାନଙ୍କ ମାଧ୍ୟମରେ ନିମ୍ନମାନର କାର୍ଯ୍ୟ କରି ଅର୍ଥ ହରିଲୁଟ୍‌ କରୁଛନ୍ତି।

Leave A Reply

Your email address will not be published.