Odisha Link
Bridging the Missing Links in Odisha

ଜନ୍ମଦିନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ବ୍ଲୁ ବୁକ୍ ଅନୁସାରେ ଦିଆଯିବ ସୁରକ୍ଷା

ଓଏଲ୍‌ ବ୍ୟୁରୋ: ୭୪ତମ ଜନ୍ମଦିନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ସହିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ପରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀ ସାମ୍ନାକୁ ଆସିବା ପରେ ପୁଲିସ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା। ସୁରକ୍ଷା ବ୍ୟବସ୍ତା କଡାକଡି କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି।

ବୈଠକ ପରେ ସୁରକ୍ଷା ବ୍ୟବସ୍ଥା ନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ୧୭ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯିବ। ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ବ୍ୟାରିକେଡ୍ ହେବ। ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଲାଗୁ ହେବ। ସାଧା ପୋଷାକରେ ବୁଲିବେ ପୁଲିସ। ତେବେ ଏଥିପାଇଁ ଏବେଠୁ ଗୁଇନ୍ଦା ବିଭାଗ ସକ୍ରିୟ ରହିଥିବା ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି।

ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ, ପ୍ରତ୍ୟେକ ଭିଭିଆଇପିଙ୍କୁ Z+ ବର୍ଗର ସୁରକ୍ଷା ଦିଆଯାଏ। ସେମାନଙ୍କ ଚାରିପାଖରେ କଡ଼ା ସୁରକ୍ଷା ପହରା ରହିଥାଏ। ୫୮ ଜଣ ସଶସ୍ତ୍ର କର୍ମୀ ଏହି ବର୍ଗର ସୁରକ୍ଷାରେ ନିୟୋଜିତ ରୁହନ୍ତି।

ମିଳିଥିବା ଚିଠି ଅନୁସାରେ, ଗୁଜରାଟ ଅହମ୍ମଦାବାଦରୁ ସକାଳ ୯ଟା୧୫ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟା ୩୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିବେ ପ୍ରଧାନମନ୍ତ୍ରୀ। ୧୧ଟା ୪୦ ମିନିଟରେ ବିମାନବନ୍ଦରରୁ ଜନତା ମଇଦାନ ଅଭିମୁଖେ ଯାତ୍ରା କରି ୧୧ଟା ୫୫ରେ ପହଁଞ୍ଚିବେ ମୋଦି।

ପରେ ୧ ଘଣ୍ଟା ଧରି ଜନତା ମଇଦାନରେ ରହିବେ ପ୍ରଧାନମନ୍ତ୍ରୀ। ସେହି ସମୟରେ ସୁଭଦ୍ର ଯୋଜନାର ଶୁଭାରମ୍ଭ କରିବା ସହିତ ଅନେକ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିବେ ମୋଦି। ପରେ ଦିନ ୧ଟା ୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବେ ମୋଦି। ୧ଟା ୨୫ରୁ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବେ ପ୍ରଧାନମନ୍ତ୍ରୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଟ୍ରାଫିକ ବ୍ୟବସ୍ତାକୁ କଡା କରାଯିବାର ସୂଚନା ରହିଛି।

Leave A Reply

Your email address will not be published.