Odisha Link
Bridging the Missing Links in Odisha

ପରଲୋକରେ ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ

ଓଏଲ୍‌ ବ୍ୟୁରୋ: ପରଲୋକରେ ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। ୭୨ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ନୂଆଦିଲ୍ଲୀ ଏମ୍ସରେ ଗତ କିଛି ଦିନ ହେବ ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ନିମୋନିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।

ମାଦ୍ରାସରେ ସୀତାରାମ ୟେଚୁରୀ ୧୯୫୨, ଅଗଷ୍ଟ ୧୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକ ତେଲୁଗୁ-ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଆନ୍ଧ୍ରପ୍ରଦେଶ ରୋଡବେଜରେ ଇଞ୍ଜିନିୟର ଥିଲେ। ସେହିପରି ମା ସରକାରୀ ଚାକିରି କରିଥିଲେ। ୫ ଦଶନ୍ଧି ଧରି ବାମପନ୍ଥୀ ନେତା ଭାବେ କାର୍ଯ୍ୟ କରି ଆସୁଥିଲେ ସୀତାରାମ।

୧୯୭୪ରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆରେ ସାମିଲ ହୋଇ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ। ୧୯୭୭ରେ ଏମରଜେନ୍ସି ଘୋଷଣା ସମୟରେ ଗିରଫ ହେବା ପରେ ସେ JNUରୁ ପିଏଚଡି ପାଠ୍ୟକ୍ରମ ଶେଷ କରିବାରେ ସଫଳ ହୋଇପାରିନଥିଲେ। ଜେଏନ୍‌ୟୁକୁ ବାମପନ୍ଥୀଙ୍କ ଗଡ଼ ଭାବେ ଉଭା କରିବାରେ ସୀତାରାମ ୟେଚୁରୀଙ୍କ ଅବଦାନ ଅନେକ ଥିଲା। ୨୦୦୫ରୁ ୨୦୧୭ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଥିଲେ ସୀତାରାମ। ୨୦୧୬ ମସିହାରେ ଶ୍ରେଷ୍ଠ ସାଂସଦ ଭାବେ ପୁରଷ୍କୃତ ହୋଇଥିଲେ ସୀତାରାମ ୟେଚୁରୀ।

Leave A Reply

Your email address will not be published.