Odisha Link
Bridging the Missing Links in Odisha

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜି ଥିବା କହିଲେ ମମତା

ଓଏଲ୍‌ ବ୍ୟୁରୋ: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଏବେବି ଜାରି ରହିଛି। ଆଜି ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ହେଲେ କେହି ବି ଆସିନଥିଲେ। ରୋଗୀ ସେବାରେ ଲାଗି ରହିଥିବା ଅଚଳା ଅବସ୍ଥା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ନିଜ ପଦରୁ ଇସ୍ତଫା ଦେବାକୁ ରାଜି ଥିବା କହିଛନ୍ତି।

ଆଜି ନବାନ୍ନରେ ଜୁନିୟର ଡାକ୍ତରଙ୍କ ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ସମୟ ଅନୁସାରେ ଖୋଦ୍‌ ମମତା ବାନାର୍ଜୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ପହଁଞ୍ଚିଥିଲେ। ହେଲେ ମମତା ବାନାର୍ଜୀ ଦୁଇ ଘଣ୍ଟା କାଳ ଅପେକ୍ଷା କରିବା ପରେ ବି ଜଣେ ହେଲେ ବି ଡାକ୍ତର ଆସିନଥିଲେ ଆଲୋଚନା କରିବାକୁ। ଏହାକୁ ନେଇ ମମତା ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

ଆନ୍ଦୋଳନକାରୀ ଡାକ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ଆଜି ୫ଟାରେ ହେବାକୁ ଥିବା ବୈଠକ ପାଇଁ ରାଜି ହୋଇଥିଲେ। କିନ୍ତୁ ଲାଇଭ ଟେଲିକାଷ୍ଟ ଦାବିରେ ସେମାନେ ନବାନ୍ନ ଭିତରକୁ ମିଟିଂ ପାଇଁ ଆସି ନାହାନ୍ତି। ମମତା ଓ ଜଣେ ଅଧିକାରୀ ଚେୟାର ପକାଇ ଆଲୋଚନା କରିବାକୁ ଅପେକ୍ଷା କରିବା ବେଳର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଏହି ପ୍ରସଙ୍ଗରେ ମମତା ବାନାର୍ଜୀ କହିଛନ୍ତି, ଆମ ପାଖରେ ବୈଠକକୁ ରେକର୍ଡ କରିବାର ପୂରା ବ୍ୟବସ୍ଥା ରହିଥିଲା। ସ୍ୱଚ୍ଛତା ଓ ପ୍ରକୃତ ତଥ୍ୟ ପାଇଁ ଆମେ ପୂରା ପ୍ରକ୍ରିୟାର ଭିଡିଓ ରେକର୍ଡିଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜାରି କରିବା ପାଇଁ ପ୍ରସ୍ତୁତ ଥିଲୁ। ମାମଲା ବିଚାର ପ୍ରକ୍ରିୟାରେ ରହିଥିବାରୁ ଆମେ ଲାଇଭ ଟେଲିକାଷ୍ଟ କରିବା ସପକ୍ଷରେ ନାହୁଁ।

ସେ ଆହୁରି କହିଛନ୍ତି, ଏହି ଘଟଣାକୁ ରାଜନୈତିକ ରଙ୍ଗ ଦିଆଯାଉଛି। ଯାହା ସାଧାରଣ ଲୋକ ଜାଣି ପାରୁନାହାନ୍ତି। ଆମ ସରକାର ଅପମାନିତ ହୋଇଛି। ସେମାନେ ନ୍ୟାୟ ଚାହୁନାହାନ୍ତି କେବଳ ଚୌକି ଚାହୁଛନ୍ତି। ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ପଦ ଛାଡ଼ିବାକୁ ପ୍ରସ୍ତୁି ଅଛି। ମୁଁ ମୁଖ୍ୟମନ୍ତ୍ରୀ ପଦ ଚାହେଁ ନାହିଁ। ମୁଁ ଆରଜି କର ପୀଡ଼ିତାଙ୍କ ପାଇଁ ନ୍ୟାୟ ଚାହୁଁଛି। ହେଲେ କିଛି ଲୋକ କେବଳ ବିଭ୍ରାଟ କରିବା ଲକ୍ଷ୍ୟରେ ଅଛନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି।

Leave A Reply

Your email address will not be published.