Odisha Link
Bridging the Missing Links in Odisha

ବଢ଼ିଲା ହୀରାକୁଦର ଜଳସ୍ତର, ଖୋଲିଲା ୧୬ଟି ଗେଟ୍

ଓଏଲ୍‌ ବ୍ୟୁରୋ: ବଢ଼ିଲା ହୀରାକୁଦ ଡ୍ୟାମର ଜଳସ୍ତର। ଉପରମୁଣ୍ଡରେ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଥିବାରୁ ଆଉ ୪ଟି ଗେଟ୍ ଖୋଲି ଦିଆଯାଇଛି। ଆଉ ୪ ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ଜଳସ୍ତର କମିଥିବାରୁ ହୀରାକୁଦର ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା। ତେବେ ବର୍ତମାନ ୧୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

Leave A Reply

Your email address will not be published.