Odisha Link
Bridging the Missing Links in Odisha

ଓଡ଼ିଶାରେ ପ୍ରଥମଥର ଅନୁଷ୍ଠିତ ହେଲା ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ପାଇଁ ମୌସୁମୀ ବୈଠକ

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ବିକାଶ ନିମନ୍ତେ ଆୟୋଜିତ ମୌସୁମୀ ବୈଠକ। ଏହା କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ସହ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ପ୍ରଭାବୀ କର୍ଯ୍ୟlନୟନ୍ ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବିଚାର ବିନିମୟ ହୋଇଥିଲା।

ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଓ ଦେଶର ୧୫ଟି ରାଜ୍ୟର ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗର ପ୍ରମୁଖ ମନ୍ତ୍ରୀ ଓ ସଚିବ ମାନେ ଭାଗ ନେଇଥିଲେ। ଏହି ବୈଠକର ମୁଖ୍ୟ ଲକ୍ଷ ହେଉଛି ଦୁଗ୍ଧ ଓ ଉତ୍ପାଦନ ଓ ଦୁଗ୍ଧ ପ୍ରକ୍ରିୟା କରଣ ତଥା ଦୁଗ୍ଧ ବିପଣନକୁ ବ୍ୟାପକ ଭାବରେ ବୃଦ୍ଧି କରିବା। ଏହାସହ ଓମଫେଡ ପକ୍ଷରୁ ଏକ ନୂତନ ଦୁଗ୍ଧ ପ୍ୟାକେଟ ଗୋଲ୍ଡ ପ୍ଲସ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ଶୁଭାରମ୍ଭ କରିଥିଲେ। ଏହାସହ A-Help ଯୋଜନାର ଶୁଭାରମ୍ଭ ଓଡ଼ିଶାରୁ ହୋଇଛି। National Diary Development Bord(NDDB) ଏବଂ ଓମଫେଡ ମଧ୍ୟରେ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଓମଫେଡ ଭେଣ୍ଡିଂ ମେସିନର ଶୁଭାରମ୍ଭ କରାଯାଇଥିଲା। ଯାହା ଭୁବନେଶ୍ୱରରେ ଖୁବଶୀଘ୍ର ଆରମ୍ଭ ହେବ ଏହି ଓମଫେଡ ଭେଣ୍ଡିଂ ମେସିନ। ଡିଜିଟାଲ ପେମେଂଟ ମାଧ୍ୟମରେ ଗ୍ରାହକ ପାଇପାରିବେ ଓମଫେଡର ସମସ୍ତ ସାମଗ୍ରୀ। ପ୍ରାଥମିକ ଭାବେ ଜନପଥରେ ଏହି ଭେଣ୍ଡିଂ ମେସିନ ବସେଇବାକୁ ଯୋଜନା କରିଛି ଓମଫେଡ। ବିଏମ୍ସି ସହ ଏ ନେଇ ଆଲୋଚନା ହୋଇଛି। ସ୍ଥାନ, ଇଲେକ୍ଟ୍ରି ସବୁ କିଛି ସୁବିଧାକୁ ଆଲୋଚନାକୁ ନେଇ ଏହି ଯୋଜନାର ଶୁଭାରମ୍ଭ କରାଯିବ। ପରବର୍ତୀ ସମୟରେ ୨୦ଟି ଭେଣ୍ଡିଂ ମେସିନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଇବା ନେଇ ସୂଚନା ରହିଛି। ଏ ନେଇ ଓମଫେଡର ପରିଚାଳନା ନିର୍ଦ୍ଦଶକ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଲୋକସେବା ଭବନରେ ପ୍ରଥମ ଥର ପାଇଁ ଆୟୋଜିତ ମତ୍ସ୍ଚ ଚାଷ ଓ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ମୌସୁମୀ ବୈଠକରେ ଏହାର ଡେମୋ ପ୍ରଦର୍ଶିତ ହୋଇଛି।

Leave A Reply

Your email address will not be published.