ଗଞ୍ଜାମରେ ବାର୍ଡ ଫ୍ଲୁ ଭୟ: ରାସ୍ତା କଡ଼ରେ ଗଦା ଗଦା ମଲା କୁକୁଡ଼ା ଠାବ

ଓଏଲ୍ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ବାର୍ଡ ଫ୍ଲୁ ଚିହ୍ନଟ ପରେ କେନ୍ଦ୍ରାପଡାରେ କୁକୁଡାମରା ଅଭିଯାନକୁ ତ୍ବରାନୀତ କରାଯାଇଛି।
ୱେସଭ ଭିତରେ ଗଞ୍ଜାମ ସାନଖେମୁଣ୍ଡିରେ ରାସ୍ତା କଡ଼ରେ ଶହ ଶହ ମଲା କୁକୁଡ଼ା ଠାବ ହୋଇଛି। ପାଟପୁର ମହାଲକ୍ଷ୍ମୀ ନଗର-ଦାନ ଆମ୍ବଠା ମୁଖ୍ୟ ରାସ୍ତାରେ ମଲା କୁକୁଡ଼ା ଠାବ କରାଯାଇଛି। କେହି ଫାର୍ମ ମାଲିକ କୁକୁଡ଼ା ଫିଙ୍ଗିଥିବା ସନ୍ଦେହ କରାଯାଉଛି।କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ପରେ ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି।
ଅନ୍ୟପଟେ, କେନ୍ଦ୍ରାପଡ଼ା ଓ ପୁରୀରେ ବାର୍ଡ ଫ୍ଲୁ ଅଞ୍ଚଳରେ କୁକୁଡ଼ା କଲିଂ ସରିଥିବାବେଳେ ଯାଜପୁର ଓ କଟକର କିଛି ଅଞ୍ଚଳରେ କଲିଂ ଆରମ୍ଭ ହୋଇଛି। ସଂକ୍ରମିତ ଅଞ୍ଚଳରେ କୁକୁଡ଼ା ଓ ଅଣ୍ଡା ନଖାଇବାକୁ ପରାମର୍ଶ ଦିଆଯାଇଛି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି।