Odisha Link
Bridging the Missing Links in Odisha

ମରଣଯନ୍ତା ପାଲଟିଛି କଟକ-ଭୁବନେଶ୍ୱର ରାସ୍ତା, ମରାମତି ନେଇ ପୂର୍ତ୍ତମନ୍ତ୍ରୀଙ୍କ ବଡ଼ ସୂଚନା

ଓଏଲ୍‌ ବ୍ୟୁରୋ: ରାସ୍ତା ପାଲଟିଛି ମରଣଯନ୍ତା। ଭୁବନେଶ୍ୱର-କଟକ ରାସ୍ତା ଏବେ ସବୁଠୁ ବଡ ଦୁର୍ଘଟଣାର କାରଣ ପାଲଟିଛି। ବିଭିନ୍ନ ସ୍ଥାନରେ ଖାଲଖମା ଦେଖିବାକୁ ମିଳିଛି। ବର୍ଷା ରାଜରାସ୍ତାରେ ପାଣି ଲହଡି ମାରୁଛି। ତେବେ ଏସବୁ ଭିତରେ ରାସ୍ତା ମରାମତି ନେଇ ସରକାର ତତ୍ପରତା ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଭୁବନେଶ୍ୱରରେ ୬ ଲେନ ବିଶିଷ୍ଠ ରାସ୍ତା ହେବ। ତେବେ ବର୍ତ୍ତମାନ ଚଳାଚଳ କରାଯାଉଥିବା ରାସ୍ତାର ମରାମତି ନେଇ ପୂର୍ତ୍ତମନ୍ତ୍ରୀ ସମୀକ୍ଷା କରିଛନ୍ତି।

ସୂଚନା ଅନୁସାରେ, କଟକ-ଭୁବନେଶ୍ୱରରେ ରାସ୍ତା ମରାମତି ନେଇ ପୂର୍ତ୍ତମନ୍ତ୍ରୀ ସମୀକ୍ଷା କରି କହିଛନ୍ତି, ଦ୍ୱୈତ ନଗରୀର ୯୧୩ଟି ରାସ୍ତାରୁ ୩୮୫ଟିର ଅବସ୍ଥା ଖରାପ। ୩୧୬ଟି ରାସ୍ତାର ସାମାନ୍ୟ ଓ ୬୯ଟିର ବ୍ୟାପକ ମରାମତି ଆବଶ୍ୟକ ରହିଛି। ରାଜଧାନୀରେ ୭୯୮ କିମି ରାସ୍ତାରୁ ୨୨୨ କିମିର ମରାମତି କରାଯିବାର ନିହାତି ଆବଶ୍ୟକ ରହିଛି। ଭୁବନେଶ୍ୱରରେ ୧୫୦.୭୬ କିମି ସାମାନ୍ୟ, ୭୧ କିମି ବ୍ୟାପକ ମରାମତି ଆବଶ୍ୟକ ରହିଛି। କଟକରେ ୧୯୭ କିମି ରାସ୍ତାରୁ ୮୦ କିମିର ମରାମତି ଆବଶ୍ୟକ ରହିଛି। କଟକରେ ୭୦ କିମି ସାମାନ୍ୟ, ୯.୫୯ କିମି ବ୍ୟାପକ ମରାମତି ଆବଶ୍ୟକ ରହିଥିବା ପୂର୍ତ୍ତମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.