Odisha Link
Bridging the Missing Links in Odisha

ବଦଳିଲା ଅବକାରୀ ନୀତି: ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍‌

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଆଣିଥିବା ନୂଆ ଅବକାରୀ ନୀତିରେ ପୁଣି ପରିବର୍ତ୍ତନ ଆସିଛି। ପୁରୀ ବେଳାଭୂମିରେ ମଦ କ୍ୟାବିନ୍‌ ଖୋଲିବନି। ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍‌ ଖୋଲିବନି। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ପରିବର୍ତ୍ତନ କରାଯାଇଛି। ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ଖୋଲିବନି ମଦ ଦୋକାନ। ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି।

ସୂଚନା ଅନୁସାରେ, ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା। ଭାଙ୍ଗ, ତାଡି ଓ ପୋଚ ପାଇଁ ବି ନିୟମ ଲାଗୁ ହୋଇଥିଲା। ନୂଆ ଅବକାରୀ ନୀତି ଅନୁସାରେ ଗ୍ରାମୀଣ ଅଞ୍ଚଳରେ ନୂଆ ମଦ ବାର ଖୋଲିବ ନାହିଁ। କେବଳ ୩ ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ସେହିପରି ଡ୍ୟାନ୍ସ ବାର ଚାଲିବ ନାହିଁ। ଅନ୍‌ ସପ୍‌ ମଦ ଦୋକାନରେ ସଙ୍ଗୀତ ଉତ୍ସବ ବା ଓରକେଷ୍ଟା କରିହେବ। ସେଥିପାଇଁ ଅନୁମତି ନେବାକୁ ପଡ଼ିବ। ସେହିପରି ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର ହେବ। ବିଚ୍‌ରେ ମଦ ଶ୍ୟାକ୍ସ ବା କ୍ୟାବିନ୍‌ ଖୋଲିବାର ଅନୁମତି ପର୍ଯ୍ୟଟନ ବିଭାଗ ଦେବ ବୋଲି ପୂର୍ବରୁ କୁହାଯାଇଥିଲା।

Leave A Reply

Your email address will not be published.