Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ଆରମ୍ଭ ହେବ ଓମଫେଡ୍ ଭେଣ୍ଡିଂ ମେସିନ୍, ଗ୍ରାହକଙ୍କୁ ମିଳିବ ଡିଜିଟାଲ ସୁବିଧା

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ଓମଫେଡ୍ ଭେଣ୍ଡିଂ ମେସିନ୍। ଏନେଇ ଆଜି ଓମଫେଡ୍ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଜନପଥରେ ଭେଣ୍ଡିଂ ମେସିନ୍ ବସାଇବା ଯୋଜନା ରହିଛି। ପରେ ୨୦ଟି ଭେଣ୍ଡି ମେସିନ୍ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବସାଯିବ। ତେବେ ଡିଜିଟାଲ ପେମେଂଟ ମାଧ୍ୟମରେ ଗ୍ରାହକ ପାଇପାରିବେ ଓମଫେଡର ସମସ୍ତ ସାମଗ୍ରୀ। ବିଏମ୍ସି ସହ ଏ ନେଇ ଆଲୋଚନା ହୋଇଛି। ସ୍ଥାନ, ଇଲେକ୍ଟ୍ରି ସବୁ କିଛି ସୁବିଧାକୁ ଆଲୋଚନାକୁ ନେଇ ଏହି ଯୋଜନାର ଶୁଭାରମ୍ଭ କରାଯିବ। ଲୋକସେବା ଭବନରେ ପ୍ରଥମ ଥର ପାଇଁ ଆୟୋଜିତ ମତ୍ସ୍ଚ ଚାଷ ଓ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ମୌସୁମୀ ବୈଠକରେ ଏହାର ଡେମୋ ପ୍ରଦର୍ଶିତ ହୋଇଛି।

ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହୋଇଛି ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ବିକାଶ ନିମନ୍ତେ ଆୟୋଜିତ ମୌସୁମୀ ବୈଠକ। ଏହା କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ବିଭାଗ ସହ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ପ୍ରଭାବୀ କର୍ଯ୍ୟlନୟନ୍ ପାଇଁ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବିଚାର ବିନିମୟ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓମଫେଡ ଭେଣ୍ଡିଂ ମେସିନର ଶୁଭାରମ୍ଭ କରାଯାଇଥିଲା।

Leave A Reply

Your email address will not be published.