Odisha Link
Bridging the Missing Links in Odisha

ଦୂର ହେବ ଦ୍ବୈତ ନଗରୀର ରାସ୍ତା ସମସ୍ୟା, ଦଶହରା ପୂର୍ବରୁ ମରାମତି ସାରିବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଆଜି ନିର୍ମାଣ ସୌଧ ସମ୍ମିଳନୀ କକ୍ଷ‌ଠାରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହି ଦୃଷ୍ଟିକୋଣରୁ ଭୁବନେଶ୍ୱର ମହାନଗର ନିଗମ ଓ କଟକ ମହାନଗର ନିଗମ ଅଧୀନସ୍ଥ ପୂର୍ତ୍ତ ବିଭାଗର ରାସ୍ତାଗୁଡ଼ିକୁ ଅକ୍ଟୋବର ୫ ତାରିଖ ସୁଦ୍ଧା ମରାମତି କାର୍ଯ୍ୟ ସମାପ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜନସାଧାରଣମାନଙ୍କ ଯାତାୟତକୁ ସୁଗମ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଭୁବନେଶ୍ବର ମଧ୍ୟ ବିଧାୟକ, ଭୁବନେଶ୍ବର ଉତ୍ତର ବିଧାୟକ, କଟକ-ବାରବାଟୀ ବିଧାୟିକା, କଟକ-ଚୌଦ୍ୱାର ବିଧାୟକ, ଭୁବନେଶ୍ବର ମେୟରଙ୍କ ସହ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।।

Leave A Reply

Your email address will not be published.