Odisha Link
Bridging the Missing Links in Odisha

ବାର୍ଡ ଫ୍ଲୁ ପାଇଁ କଡ଼ା କଟକଣା: ୩ ମାସ କୁକୁଡ଼ା ଚାଷ ବନ୍ଦ

ଓଏଲ୍ ବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ଆତଙ୍କ ବଢ଼ିବାରେ ଲାଗିଛି। ରାଜ୍ୟର ପୁରୀ ଜିଲାର ପିପିଲି, ସତ୍ୟବାଦୀ, ନିମାପଡା ଓ ଡେଲାଙ୍ଗ ବ୍ଲକର ୪ଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ବାର୍ଡ ଫ୍ଲୁ ପାଇଁ କଡ଼ା କଟକଣା କରାଯାଇଛି। ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନ କଟକଣା ଲଗାଇଛି। ପିପିଲି, ଡେଲାଙ୍ଗ, ନିମାପଡ଼ା, ସତ୍ୟବାଦୀରେ କୁକୁଡ଼ା ଚାଷ ବନ୍ଦ ରହିବ। ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ଭିତରେ କୁକୁଡ଼ା ଚାଷ ହେବନି। ୧ରୁ ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠାଯିବନି। ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରାଯିବ। ନେଗେଟିଭ୍ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Leave A Reply

Your email address will not be published.