ବଢ଼ୁଛି ଦେଓ ନଦୀ ଜଳସ୍ତର, ଉଦଳା-ବାଲେଶ୍ବର ଯୋଗାଯୋଗ ବିଚ୍ଛିନ୍ନ

ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଖବର ସାମ୍ନାକୁ ଆସିଛି। ଲଗାଣ ବର୍ଷା ଯୋଗୁଁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ମାଲକାନଗିରି ଜିଲ୍ଲା ନିଜର ଭୌଗଳିକ ସ୍ଥିତି କାରଣରୁ ଅଧିକ ପ୍ରଭାବିତ ହୋଇଛି।
ସେହିଭଳି ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁଁ ଦେଓ ନଦୀ ଜଳସ୍ତର ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଯୋଗୁଁ ଜାମୁଘାଟ ପୋଲ ଧୋଇଯାଇଛି। ପୋଲ ଭାଙ୍ଗିବାରୁ ଉଦଳା-ବାଲେଶ୍ବର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି।