Odisha Link
Bridging the Missing Links in Odisha

ମାତିଛି ମଣିଷଖିଆ ଗଧିଆ, ଆକ୍ରମଣର ଶିକାର ହେଲେ ପୁଣି ଜଣେ ମହିଳା

ଓଏଲ୍‌ ବ୍ୟୁରୋ: ମାତିଛି ମଣିଷଖିଆ ଗଧିଆ। ଉତ୍ତର ପ୍ରଦେଶରେ ପୁଣି ଗଧିଆ ଆକ୍ରମଣ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ବାହରାଇଚ୍‌ରେ ୫ଟି ଗଧିଆ ଧରା ପଡ଼ିଥିଲେ ମଧ୍ୟ ଆକ୍ରମଣ କମୁନି। ପୁଣି ଜଣେ ମହିଳା ଆକ୍ରମଣର ଶିକାର ହୋଇଛନ୍ତି। ଘର ଭିତରେ ପଶି ୨୩ ବର୍ଷୀୟା ମହିଳାଙ୍କୁ ଗଧିଆ ଲହୁଲୁହାଣ କରିଛି। ଗତ ୩ ଦିନରେ ଜଣେ ଶିଶୁ ସମେତ ୩ ଜଣଙ୍କୁ ଘାଇଲା କଲାଣି ମଣିଷଖିଆ ଗଧିଆ। ତେବେ ବନ ବିଭାଗ ପକ୍ଷରୁ ‘ଅପରେସନ ଗଧିଆ’ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଶେଷ ଗଧିଆକୁ ବି ଖୁବ୍‌ ଶୀଘ୍ର କାବୁ କରାଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ ହରଦୀ ଥାନା ଅଞ୍ଚଳରେ ଗଧିଆ ଆକ୍ରମଣ କରିଥିଲା। ରାତିରେ ମାଆ ପାଖରେ ଶୋଇଥିବା ଏକ ୭ ବର୍ଷ ଶିଶୁ ଉପରେ ଆକ୍ରମଣ କରିଥିଲା। ଶିଶୁକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ଜଣଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା। ଆକ୍ରମଣ ବିଷୟରେ ଖବର ପାଇ ଡିଏଫଓ, ଏସଡିଏମ ସମେତ ବନ କର୍ମଚାରୀ ଅଞ୍ଚଳରେ ପହଞ୍ଚିଥିଲେ। ଗଧିଆ ଏଯାଏଁ ୯ ଜଣଙ୍କ ଜୀବନ ନେଇଥିବା ବେଳେ ୩୩ ଜଣଙ୍କୁ ଗୁରୁତର ଆହତ କରିଛି।

Leave A Reply

Your email address will not be published.