Odisha Link
Bridging the Missing Links in Odisha

ମା’ର ଗଳା କାଟିଦେଲେ ୨ ନୃଶଂସ ପୁଅ

ଓଏଲ୍‌ ବ୍ୟୁରୋ: ମା’ର ପଣତକାନି ଧରି ବଡ଼ ହୋଇଥିଲେ। ଯେଉଁ ମା’ ଛୋଟରୁ ବଡ଼ କରିଥିଲା ସେହି ମା’ର ଗଳାକାଟି ହତ୍ୟା କଲେ ୨ ସଇତାନ ପୁଅ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲାର ମହାନଦୀ ବିହାରରେ। ହତ୍ୟାକାଣ୍ଡ ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୁଲିସ। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ଖବର ପାଇ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ୨ ପୁଅ ଥିବା ବେଳେ ବଡ ପୁଅକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଉଭୟ ମାନସିକ ରୋଗୀ ଥିବା କୁହାଯାଉଛି।

ଅନ୍ୟପଟେ ମା’ ୨ ପୁଅଙ୍କ ମଧ୍ୟରେ ସବୁବେଳେ କଳିଝଗଡ଼ା ଲାଗି ରହୁଥିଲା ଜଣାପଡ଼ିଛି। କେଉଁଥି ପାଇଁ କଳିଝଗଡ଼ା ଲାଗି ରହୁଥିଲା ତାହା ଜଣାପଡ଼ି ନାହିଁ। ଚାଉଳିଆଗଞ୍ଜ ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.