Odisha Link
Bridging the Missing Links in Odisha

ହକି: ଆଜି ଭାରତ-ପାକିସ୍ତାନ ଟକ୍କର, କିଏ ମାରିବ ବାଜି ?

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଶେଷ ଗ୍ରୁପ୍‌ ମ୍ୟାଚରେ ଆଜି ଚୀରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଦଳକୁ ଭେଟିବ ଭାରତ। ଆଜି ଅପରାହ୍ନ ୧ଟା ୩୦ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।

ଲଗାତାର ୪ ମ୍ୟାଚ ଜିତି ଫେଭରାଇଟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି ଭାରତ। ଅନ୍ୟପକ୍ଷରେ ପାକିସ୍ତାନ ଏହାର ୪ ଟି ମ୍ୟାଚ ମଧ୍ୟରୁ ୨ ଟି ଜିତି ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ବର୍ତ୍ତମାନ ପାକିସ୍ତାନ ରାଉଣ୍ଡ ରୋବିନରେ ଭାରତ ବିପକ୍ଷ ଶେଷ ମ୍ୟାଚ ଖେଳିବ। ଯେଉଁଥିପାଇଁ ଉଭୟ ଦେଶର ପ୍ରଶଂସକ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ।

Leave A Reply

Your email address will not be published.