Odisha Link
Bridging the Missing Links in Odisha

ହକି: ପାକିସ୍ତାନକୁ ହରାଇଲା ଟିମ୍‌ ଇଣ୍ଡିଆ, ଶେଷ ଗ୍ରୁପ ମ୍ୟାଚକୁ ୨-୧ରେ ଜିତି ଅପରାଜେୟ ରହିଲା ଭାରତ

ଓଏଲ୍‌ ବ୍ୟୁରୋ: ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳ ହିରୋ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଶେଷ ଗ୍ରୁପ୍‌ ମ୍ୟାଚରେ ଆଜି ଚୀରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଦଳକୁ ୨-୧ରେ ମାତ ଦେଇ ଅପରାଜୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ।

ମ୍ୟାଚର ପ୍ରଥମ କ୍ବାର୍ଟରରେ ଦମଦାର ପ୍ରଦର୍ଶନ କରିଥିଲା ପାକିସ୍ତାନ। ଦଳର ଷ୍ଟାର ଖେଳାଳି ନଦିମ ପ୍ରଥମ ଗୋଲ ସ୍କୋର କରି ଭାରତକୁ ପଛରେ ପକାଇଥିଲେ। ହେଲେ ପ୍ରଥମ କ୍ବାର୍ଟର ଶେଷ ହେବା ପୂର୍ବରୁ ଦଳର ଅଧିନାୟକ ହରମନପ୍ରୀତି ସିଂହ ସ୍କୋର କରି ବରାବର କରିଥିଲେ। ପରେ ଏକ ପେନାଲଟି କର୍ଣ୍ଣର ଆଉ ଏକ ଗୋଲ ଦେଇ ହରମନପ୍ରୀତ ଦ୍ବିତୀୟ ଗୋଲ ଦେଇଥିଲେ।

ଲଗାତାର ୫ ମ୍ୟାଚ ଜିତି ଫେଭରାଇଟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି ଭାରତ। ଅନ୍ୟପକ୍ଷରେ ପାକିସ୍ତାନ ଏହାର ୫ ଟି ମ୍ୟାଚ ମଧ୍ୟରୁ ୨ ଟି ଜିତି ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ପାକିସ୍ତାନ ରାଉଣ୍ଡ ରୋବିନରେ ଭାରତ ବିପକ୍ଷ ଶେଷ ମ୍ୟାଚ ଖେଳିଥିଲା। ହେଲେ ଦଳ ପରାଜିତ ହୋଇଥିଲା।।

Leave A Reply

Your email address will not be published.