Odisha Link
Bridging the Missing Links in Odisha

ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା: ୫ ଗିରଫ, ୨ଟି ଗାଡ଼ି ଜବତ

ଓଏଲ୍‌ ବ୍ୟୁରୋ: ବେପରୁଆ ଡ୍ରାଇଭିଂ ପାଇଁ ଅନେକ ଘଟଣା ଓ ଦୁର୍ଘଟଣା ସାମ୍ନାକୁ ଆସିଛି। ଆଜି ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିବା ସହ ୨ଟି ଗାଡ଼ି ଜବତ କରିଛି।

ସୂଚନା ଅନୁସାରେ, ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଭାବେ ୪ଟି କାର୍‌ ଚଳାଇ ଆତଙ୍କ ଖେଳାଇଥିଲେ। ଗୋଟିଏ କାର୍‌ ଫୁଟ୍‌ପାଥ୍‌କୁ ମାଡ଼ିଯାଇ ଚାଲୁଥିବା ଭିଡିଓ ଭାଇରାଲ୍‌ ହୋଇଥିଲା। ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।

Leave A Reply

Your email address will not be published.