Odisha Link
Bridging the Missing Links in Odisha

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି ଭାରତୀୟ ଜନତା ପାର୍ଟି। ଶାସକଦଳ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ନେଇ କସରତ ଆରମ୍ଭ କରିଥିବାବେଳେ ବିରୋଧୀ ମଧ୍ୟ ସ୍ବତନ୍ତ୍ର ରଣନୀତି ଆରମ୍ଭ କରିଛନ୍ତି। ଏସବୁ ଭିତରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ସେ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିବା ପାଇଁ ଆହ୍ୱାନ ଦିଆଯାଇଥିଲା। କିନ୍ତୁ ୪୮ ଘଣ୍ଟା ପରେ ବି ଚିଠି ଲେଖାଯାଇନାହିଁ। ଆଉ ୨୪ ଘଣ୍ଟା ଭିତରେ ଏ ସମ୍ପର୍କରେ ଚିଠି ନ ଲେଖିଲେ ଇଛାଶକ୍ତି ନାହିଁ ବୋଲି ପ୍ରମାଣ ହେବ। ମଞ୍ଚ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରହୁଥିବାରୁ ଏହି ପ୍ରସଙ୍ଗ ପିଏମଙ୍କ ଦୃଷ୍ଟିକୁ ଆଣିବେ ନା ତୁନି ହୋଇ ରହିବ ବୋଲି କହିଲେ ସସ୍ମିତ ପାତ୍ର କହିଛନ୍ତି।

Leave A Reply

Your email address will not be published.