Odisha Link
Bridging the Missing Links in Odisha

ମାତିଛନ୍ତି ସାଇବର ଲୁଟେରା, ସୁଭଦ୍ରା ଟଙ୍କା ପାଇଁ ସତର୍କ କରାଇଲେ ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ସୁଭଦ୍ରା ଯୋଜନାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଆବେଦନକାରୀଙ୍କୁ ସାବଧାନ ରହିବା ପାଇଁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାହାକୁ ଆକାଉଣ୍ଟ ନଂ କିମ୍ବା ଓଟିପି ନ ଦେବାକୁ ପରାମର୍ଶ ଦେଇଛନ୍ତି। ସୁଭଦ୍ରା ଯୋଜନା ନେଇ କୌଣସି ଫୋନ କଲ୍ ଆସିବ ନାହିଁ। ଏଭଳି କଲେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟି ଯାଇପାରେ। ଡିବିଟି ଜରିଆରେ ଆବେଦନକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.