Odisha Link
Bridging the Missing Links in Odisha

ଆତିଶୀ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ପାଇବ ମହିଳା ମୁଖ୍ୟମନ୍ତ୍ରୀ। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ। ଆଜି ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବରେ ହୋଇଥିବା ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାମରେ ବାଜିଛି ମୋହର। ଅପରାହ୍ନ ୪ଟା ୩୦ରେ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିଓ୍ବାଲ। ସବୁଠୁ ବଡ଼କଥା ହେଲା ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦିଲ୍ଲୀରେ ରାଜନୀତିରେ ବଡ଼ ହଲଚଲ ହେବାକୁ ଯାଉଛି।

Leave A Reply

Your email address will not be published.