ଭୁବନେଶ୍ୱର ଗାଡ଼କଣରେ ପ୍ରଧାନମନ୍ତ୍ରୀ, ପାରମ୍ପରିକ ଢଙ୍ଗରେ ସ୍ୱାଗତ ସମାରୋହ

ଓଏଲ୍ ବ୍ୟୁରୋ: ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ୭୪ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତ ପାଇଁ ସବୁଠି ଉତ୍ସାହ। ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚି ଗାଡ଼କଣ ଅଭିମୁଖେ ଯାତ୍ରା କରିଛନ୍ତି।
ଗାଡ଼କଣରେ ମୋଦିଙ୍କୁ ନିଆଁରା ଢଙ୍ଗରେ ସ୍ୱାଗତ କରାଯାଇଛି। ପାରମ୍ପରିକ ନୃତ୍ୟ, ଗୀତ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଛନ୍ତି ଗାଡ଼କଣ ବାସିନ୍ଦା। ଏହା ପରେ ପ୍ରଧାନମନ୍ତ୍ରୀ ଜନତା ମୈଦାନ ଯାଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଜନତା ମୈଦାନରେ ମଧ୍ୟ ମୋଦିଙ୍କ ଅପେକ୍ଷାରେ ରହିଛନ୍ତି ଜନତା। ଏହା ସହ ମୋଦିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ତା କରାଯାଇଛି।