Odisha Link
Bridging the Missing Links in Odisha

୨୫ ଲକ୍ଷ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜଧାନୀରେ ଉତ୍ସବର ମାହୋଲ। ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ୭୪ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରାୟ ୨୫ଲକ୍ଷ ୧୧ ଜଣ ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି। ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା ୭୨ ଲକ୍ଷରେ ପହଞ୍ଚିଥିବାବେଳେ ମୋଦିଙ୍କ ଜନ୍ମଦିନରେ ୨୫ ଲକ୍ଷ ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ରହିଛି।

ଏହାପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏଁ ପଠାଇଥିଲେ। ଏନେଇ ସେମାନଙ୍କ ମୋବାଇଲକୁ କନଫର୍ମେସନ ମେସେଜ ଯାଇଛି। ମେସେଜ୍‌ ପାଇ ନ ଥିବା ହିତାଧିକାରୀ ବି ସୁଭଦ୍ରା ସହାୟତା ଅର୍ଥ ପାଇ‌ବେ। ସମସ୍ତ ଯୋଗ୍ୟ ହିତାଧୀକାରି ଏହି ଯୋଜନାର ଲାଭ ଉଠାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ।

Leave A Reply

Your email address will not be published.