Odisha Link
Bridging the Missing Links in Odisha

‘ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାକୁ ମିଳିଲା ସୌଭାଗ୍ୟ’

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଉତ୍ସବର ମାହୋଲ। ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନ୍ମଦିନ ଅବସରରେ ଭୁବନେଶ୍ୱର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜୟ ଜଗନ୍ନାଥ କହି ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଗ୍ରିମ ଶାରଦୀୟ ଶୁଭେଚ୍ଛା। ଜଗନ୍ନାଥଙ୍କ କୃପାରୁ ପୁଣି ଥରେ ମତେ ଓଡ଼ିଶା ଆସିବାର ସୁଯୋଗ ମିଳିଲା। ଯେତେବେଳେ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ମିଳେ, ସେତେବେଳେ ଭଗବାନଙ୍କ ସେବା ସହ ଜନତା ଜନାର୍ଦ୍ଦନଙ୍କ ସେବା କରିବାକୁ ସୁଯୋଗ ମିଳେ।

ସାରା ଦୁନିଆଁରେ ଭାରତ ହିଁ ଏମିତି ଏକ ସ୍ଥାନ, ଯେଉଁଠୁ ଶ୍ରମ ଓ କୌଶଳକୁ ବିଶ୍ୱକର୍ମାଙ୍କ ରୂପରେ ପୂଜା କରାଯାଏ। ଆଜି ଏମିତି ଏକ ପବିତ୍ର ଦିନରେ ମତେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ସୌଭାଗ୍ୟ ପ୍ରାପ୍ତ ହେଲା। ମହାପ୍ରଭୁଙ୍କ କୃପାରୁ ମାତା ସୁଭଦ୍ରାଙ୍କ ନାମରେ ଯୋଜନା ହୋଇଛି, ଏବଂ ସ୍ୱୟଂ ଇନ୍ଦ୍ର ଦେବତା ଆଶୀର୍ବାଦ ଦେବାକୁ ପହଂଚିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଲା। ୩୦ ଲକ୍ଷରୁ ଅଧିକ ପରିବାରକୁ ଆଜି ପକ୍କା ଘର ଦିଆଗଲା। ୨୬ ଲକ୍ଷ ଘର ଗାଁ ଓ ୪ ଲକ୍ଷ ଘର ସହରରେ ଦିଆଯାଇଛି।

Leave A Reply

Your email address will not be published.