Odisha Link
Bridging the Missing Links in Odisha

ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା, ଜାଣନ୍ତୁ କାହାକୁ ମିଳିଲା କେତେ?

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଉତ୍ସବର ମାହୋଲ। ୭୪ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନ୍ମଦିନ ଅବସରରେ ଭୁବନେଶ୍ୱର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ବିଶାଳ ଜନସମାଗମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ମହିଳାଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରାୟ ୨୫ ଲକ୍ଷ ୧୧ ଜଣ ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି। ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା ୭୨ ଲକ୍ଷରେ ପହଞ୍ଚିଥିବାବେଳେ ମୋଦିଙ୍କ ଜନ୍ମଦିନରେ ୨୫ ଲକ୍ଷ ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ରହିଛି।

ଜାଣନ୍ତୁ କାହାକୁ ମିଳିଲା କେତେ?

ଆଜି ପ୍ରାୟ ୨୫ ଲକ୍ଷ ୧୧ ଜଣ ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି। ଏହାପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏଁ ପଠାଇଥିଲେ। ଏନେଇ ସେମାନଙ୍କ ମୋବାଇଲକୁ କନଫର୍ମେସନ ମେସେଜ ଯାଇଥିଲା। ତେବେ ଆଜି ପୁଣି ଥରେ ସେମାନଙ୍କ ଆକାଉଣ୍ଟକୁ ୪୯୯୯ ଟଙ୍କା ପଠାଇଛନ୍ତି ସରକାର।ମେସେଜ୍‌ ପାଇ ନ ଥିବା ହିତାଧିକାରୀ ବି ସୁଭଦ୍ରା ସହାୟତା ଅର୍ଥ ପାଇଛନ୍ତି। ମେସେଜ୍‌ ପାଇ ନ ଥିବା ହିତାଧିକାରୀ ୫୦୦୦ ଟଙ୍କା ସୁଭଦ୍ରା ସହାୟତା ଅର୍ଥ ପାଇଥିବା ସୂଚନା ରହିଛି।

Leave A Reply

Your email address will not be published.