Odisha Link
Bridging the Missing Links in Odisha

କାରଖାନାରେ ଦୁର୍ଘଟଣା: ଦୁଇ ମୃତ, ୫ ଗୁରୁତର

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଓଡ଼ିଶା ମେଟାଲିକ୍ସ କାରଖାନାରେ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। କାରଖାନାରେ ଷ୍ଟ୍ରକ୍‌ଚର ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଗୁରୁତର ୫ ଶ୍ରମିକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କମ୍ପାନୀ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ସରଜମିନ ତଦନ୍ତ କରାଯାଇଥିଲା।

ସୂଚନା ଅନୁସାରେ, ଝାରସୁଗୁଡ଼ା ଓଡ଼ିଶା ମେଟାଲିକ୍ସ କାରଖାନାରେ କିଛି ଦିନ ତଳେ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ୍‌ ହୋଇଥିଲା। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା। ୪ ଆହତ ହୋଇଥିଲେ। ତେବେ ଏହି ଘଟଣାର କିଛି ଦିନ ମଧ୍ୟରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.