Odisha Link
Bridging the Missing Links in Odisha

ସରକାରୀ ବାସଭବନ ଛାଡ଼ିବେ କେଜ୍ରିୱାଲ, କହିଲେ-ମୋର କାହାକୁ ଭୟ ନାହିଁ

ଓଏଲ୍‌ ବ୍ୟୁରୋ: ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସରକାରୀ ବାସଭବନ ଛାଡ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ। ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ଯେଉଁ ସରକାରୀ ସୁବିଧା ମିଳୁଥିଲା ଏବେ ସବୁକୁ ଛାଡ଼ିବାକୁ ଯାଉଛନ୍ତି।

ସରକାରୀ ବାସଭବନ ଛାଡ଼ିବା ପରେ କେଉଁଠି ରହିବେ କେଜ୍ରିଓ୍ବାଲ। ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଆପ ନେତା ସଞ୍ଜୟ ସିଂ କହିଛନ୍ତି କି, ତାଙ୍କୁ ସୁରକ୍ଷା ଦିଆଯାଉ। ତାଙ୍କ ଜୀବନ ପ୍ରତି ବିପଦ ରହିଛି।

ଅନ୍ୟପଟେ କେଜ୍ରିଓ୍ବାଲ କହିଛନ୍ତି, ମୋତେ କେବଳ ଭଗବାନ ରକ୍ଷା କରିବେ। ଏତେଦିନ ଜେଲରେ ରହିଲି। ବହୁ ଗୁଣ୍ଡା ଶ୍ରେଣୀର ଲୋକଙ୍କ ସହ ରହିଛି ଏଣୁ ମୋର କାହାକୁ ଭୟ କରିବାର ନାହିଁ। ମୋତେ କେବଳ ଭଗବାନ ରକ୍ଷା କରିବେ।

Leave A Reply

Your email address will not be published.