ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି, କଡ଼ା ସମାଲୋଚନା କଲା ବିଜେଡି
ଓଏଲ୍ ବ୍ୟୁରୋ: ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଆସିଛି ବିଜେପି ସରକାର। ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର ୧୦୦ ଦିନ ପୂରଣ କରିବାକୁ ଯାଉଛି। ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ନେତା ସଞ୍ଜୟ ଦାସବର୍ମା ବିଜେପିକୁ ଟାର୍ଗେଟ କରି କହିଛନ୍ତି, ୧୦୦ ଦିନରେ ସରକାର ଉପରେ ଥିବା ଆଶା ପୂରଣ ହୋଇନି। ମାଗଣା ବିଜୁଳି, ୩ ହଜାର ଭତ୍ତା ପ୍ରସଙ୍ଗରେ ସରକାର ଚୁପ୍ ଅଛନ୍ତି। ୫୦ ହଜାର ସୁଭଦ୍ରା ଟଙ୍କା ୫ ବର୍ଷରେ ଦେବେ କହୁଛନ୍ତି। ରାଜ୍ୟପାଳ ପୁଅଙ୍କ ମାଡ଼ ପ୍ରସଙ୍ଗରେ ସରକାର ଚୁପ୍ ବସିଛନ୍ତି। ବଜେଟରେ ଆନ୍ଧ୍ର ଓ ବିହାରକୁ ସ୍ଵତନ୍ତ୍ର ଅନୁଦାନ ମିଳିଲା। ଓଡ଼ିଶାରୁ ୨୦ ସାଂସଦ ଜିତିଲେ ହେଲେ ବଜେଟରେ କିଛି ନାହିଁ ବୋଲି ସଂଜୟ ଦାସବର୍ମା କହିଛନ୍ତି।