ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ଜଗା ଦର୍ଶନ କଲେ ରାଜ୍ୟପାଳ
ଓଏଲ୍ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସ ଆଜି ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ୱାଗତ କରାଯାଇଥିଲା। ଶ୍ରୀମନ୍ଦିର ଯାଇ ସେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ରାଜ୍ୟପାଳ କହିଛନ୍ତି, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ଖୋଲିବା ସହ ରତ୍ନ ଅଳଙ୍କାର ସ୍ଥାନାନ୍ତର ହୋଇଛି।
ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ସହ ସରକାର ଶହେ ଦିନ ଭିତରେ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ତେବେ ଆଜି ଏଏସଆଇ ପକ୍ଷରୁ ଯାଞ୍ଚ କରାଯିବ। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ କଣ ଅଛି ତାହା ଜାଣିବା ପାଇଁ ସମସ୍ତଙ୍କ ଇଛା ରହିଛି ବୋଲି ରାଜ୍ୟପାଳ ମତ ରଖିଥିଲେ।