Odisha Link
Bridging the Missing Links in Odisha

ଭୁବନେଶ୍ବରରେ ରାଞ୍ଚି ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଯାଞ୍ଚ ପାଇ ମୋହନଙ୍କୁ ଅନୁରୋଧ କଲେ ହିମନ୍ତ

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ୧୩ ତାରିଖରେ ଭୁବନେଶ୍ବର ଆଇଟିଆର କଲେଜରେ ପାଠ ପଢ଼ୁଥିବା ଝାଡ଼ଖଣ୍ଡ ରାଞ୍ଚିର ଛାତ୍ର ଅଭିଷେକ ରବିଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ମାମଲାର ଉପଯୁକ୍ତ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅନୁରୋଧ କରିଛନ୍ତି ସୋରେନ।

ସେ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମୁଁ ଅନୁରୋଧ କରୁଛି ଦୟାକରି ଓଡ଼ିଶାର ଆଇଟିଇଆର କଲେଜରେ ରାଞ୍ଚିର ପୁଅ ଅଭିଷେକ ରବିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ଏକ ଉଚ୍ଚସ୍ତରୀୟ ଅନୁସନ୍ଧାନ କରନ୍ତୁ ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଭଗବାନ ଅଭିଷେକଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଏହି କଷ୍ଟଦାୟକ ସମୟରେ ସହିବାର ଶକ୍ତି ଦିଅନ୍ତୁ।

ସୂଚନାଥାଉକି, ସେପ୍ଟେମ୍ବର ୧୩ରେ ଆଇଟିଇଆର କଲେଜ କ୍ୟାମ୍ପସରୁ ତାଙ୍କର ରକ୍ତାକ୍ତ ମୃତଦେହ ମିଳିଥିଲା। ଛାତ୍ର ଜଣକ ବିଟେକରେ ଆଡମିଶନ ନେଇଥିଲେ। ଏପର୍ଯ୍ୟନ୍ତ କ’ଣ ପାଇଁ ମୃତ୍ୟୁ ହୋଇଛି ତାର ତଦନ୍ତ ଜାରି ରହିଥିବା ସୂଚନା ରହିଛି।

Leave A Reply

Your email address will not be published.