Odisha Link
Bridging the Missing Links in Odisha

ଶିକ୍ଷକ ମଦ ପିଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆପଣ ଗଣମାଧ୍ୟମରେ ହେଉ ବା ସୋସିଆଲ ମିଡିଆରେ ମଦ୍ୟପ ଶିକ୍ଷକଙ୍କ ଭିଡିଓ ଦେଖିଥିବେ ନିଶ୍ଚୟ। ଏସବୁ ମଧ୍ୟରେ ମଦୁଆ ଶିକ୍ଷକଙ୍କୁ ତାଗିଦ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ ମଦୁଆ ଶିକ୍ଷକଙ୍କୁ ତାଗିଦ କରିବା ସହିତ ସାବଧାନ କରାଇଛନ୍ତି। ଏଥିସହିତ ଶିକ୍ଷକ ମଦ ପିଇ ସ୍କୁଲକୁ ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଶିକ୍ଷକ ମାନେ ନିଶାମୁକ୍ତ ରହିବା ନିତ୍ୟାନ୍ତ ଆବଶ୍ୟକତା ରହିଛି। ଶିକ୍ଷକ ମାନେ ଯଦି ମଦରେ ଆଶକ୍ତ ରହିବେ। ତେବେ ଶିକ୍ଷାର ବାତାବରଣ ଉପରେ କୁପ୍ରଭାବ ପକାଇବ। ମଦ ପିଇ ସ୍କୁଲ ଆସୁଥିବା ଶିକ୍ଷକଙ୍କୁ ସତର୍କ କରାଇବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।

ସେ ଆହୁରି କହିଛନ୍ତି ସ୍କୁଲକୁ ନେବା ଆଣିବା ପାଇଁ ସ୍କୁଲ ବସ୍‌ ଚାଲୁଅଛି। ପିଲାଙ୍କୁ ସ୍କୁଲରୁ ନେବା ଆଣିବା କରିବା ସମୟରେ ଯଦି କୌଣସି ଗାଡ଼ି ଚାଳକ ମଦ ପିଇ ଗାଡ଼ି ଚଲାଉଥିବାର ଜଣାପଡ଼େ ତେବେ ମଧ୍ୟ ଗଣଶିକ୍ଷା ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଆହୁରି କହିଛନ୍ତି, ପ୍ରତିଟି ଶିକ୍ଷକ ନିଶାମୁକ୍ତ ରହିବା ଏକାନ୍ତ ଆବଶ୍ୟକ। ଦେଶର ଭବିଷ୍ୟତ ପିଢ଼ିକୁ ଗଢ଼ୁଥିବା ଶିକ୍ଷକ ମାନେ ଯଦି ମଦ ପ୍ରତି ଆସକ୍ତ ରହିବେ ତାହା ଶିକ୍ଷା ଉପରେ କୁପ୍ରାଭବ ପକାଇବ। ସେଥିପାଇଁ ସମସ୍ତ ଶିକ୍ଷକ ସମାଜକୁ ସାବଧାନ କରାଇ ଦେଉଛି ଯେ କେହି ବି ନିଶାମୁକ୍ତ ଅବସ୍ଥାରେ ସ୍କୁଲ ପରିସରକୁ ଆସନ୍ତି। ଆଉ ଆମ ବିଭାଗ ପାଖରେ ଖବର ପହଁଞ୍ଚେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.