Odisha Link
Bridging the Missing Links in Odisha

ଏକକ ନିର୍ବାଚନ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଶୀତ ଅଧିବେଶନରେ ବିଲ୍ ଆଣିବେ ସରକାର

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି। କେନ୍ଦ୍ର କ୍ୟାବିନେଟ ବୈଠକରେ ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ତେବେ ଏନେଇ ସଂସଦର ଆଗାମୀ ଶୀତ ଅଧିବେଶନରେ ସରକାର ବିଲ ଆଣିବେ।

ସୂଚନା ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ମାର୍ଚ୍ଚ ୨୪ରେ ଏକକ ନିର୍ବାଚନ ରିପୋର୍ଟ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାମନାଥ କୋବିନ୍ଦ ରିପୋର୍ଟ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାମନାଥ କୋବିନ୍ଦ ୧୮, ୬୨୬ ପୃଷ୍ଠାର ଦୀର୍ଘ ରିପୋର୍ଟ ପ୍ରଦାନ କରିଥିଲେ। କମିଟି ଗଠନର ୧୯୧ ଦିନ ପରେ ରିପୋର୍ଟ ପ୍ରଦାନ କରାଯାଇଥିଲା। ବିଭିନ୍ନ ପକ୍ଷ, ବିଶେଷଜ୍ଞ, ଗବେଷକମାନଙ୍କ ମତାମତ ଆଧାରରେ ରିପୋର୍ଟ ପ୍ରସ୍ତୁତ ହୋଇ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.