Odisha Link
Bridging the Missing Links in Odisha

୧୮ ଘଣ୍ଟାର ପରିଶ୍ରମ ପରେ ସଫଳତା, ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହେଲା କଅଁଳ ଶିଶୁ

ଓଏଲ୍‌ ବ୍ୟୁରୋ: ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହେଲା ୨ ବର୍ଷର ଶିଶୁ। ୧୮ ଘଣ୍ଟାର ଅପରେସନ ପରେ ୨ ବର୍ଷର ଶିଶୁ ୩୬ ଫୁଟ୍‌ ବୋରୱେଲରୁ ଉଦ୍ଧାର ହୋଇଛି। ଶିଶୁଟିକୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୌସା ଜିଲ୍ଲା ବନ୍ଦିକୁଇ ଅଞ୍ଚଳର ଏକ ବୋରୱେଲରେ ଖସି ପଡ଼ିଥିଲା। ଗତକାଲି ଖେଳିବା ବେଳେ ବୋରୱେଲରେ ଖସି ପଡ଼ିଥିଲା।

ରାଜସ୍ଥାନର ଦୌସା ସହରର ବାନ୍ଦିକୁଇରେ ଏଭଳି ଘଟଣା ଘଟିଥିଲା। ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ଦଳ ମୁତୟନ କରାଯାଇଥିଲା। ଗତରାତିରୁ ଉଦ୍ଧାରକାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଶିଶୁକୁ ଅକ୍ସିଜେନ ଦିଆଯାଇ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ ବାରମ୍ଵାର ବୋରୱେଲ ଅଘଟଣ ଘଟିବା ପରେ ବର୍ତ୍ତମାନ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.