Odisha Link
Bridging the Missing Links in Odisha

ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅତିଶୀ

ଓଏଲ୍‌ ବ୍ୟୁରୋ: ଶନିବାର ଦିଲ୍ଲୀରେ ଥିବା ଆମ୍‌ ଆଦମୀ ପାର୍ଟିର ନୂଆ ସରକାରର ଶପଥ ଗ୍ରହଣ ସମାରୋହ ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇଥିଲେ। ସେହିଭଳି ତାଙ୍କ ସହିତ ଉପ-ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିବା ଆତିଶୀ ନୂଆ ସରକାର ଗଠନ କରିବା ପାଇଁ ଦାବି ଜଣାଇଥିଲେ।

ଶପଥ ଗ୍ରହଣ ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରିବାକୁ ସେ ଉପ-ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଏହା ପରେ ଉପ-ରାଜ୍ୟପାଳ ସେପ୍ଟେମ୍ବର ୨୧ ତାରିଖରେ ଶପଥ ଗ୍ରହଣ ପାଇଁ ରାଷ୍ଟ୍ରପତିଙ୍କୁ ପ୍ରସ୍ତାବ ଦେଇଥିଲେ। ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି।

ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫାପତ୍ର ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ପରିବର୍ତ୍ତେ ରାଷ୍ଟ୍ରପତିଙ୍କୁ ସମ୍ବୋଧିତ କରି ପ୍ରଦାନ କରିଥିଲେ। କେଜ୍ରିୱାଲ ସେଥିରେ ଲେଖିଥିଲେ ଯେ ସେ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇସ୍ତଫା ଦେଉଛନ୍ତି। ଏହାକୁ ଦୟାକରି ଗ୍ରହଣ କରାଯାଉ। ଆଉ ଏହି ଇସ୍ତଫାପତ୍ରକୁ ସେ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟି ପ୍ରଦାନ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ।

Leave A Reply

Your email address will not be published.