Odisha Link
Bridging the Missing Links in Odisha

ହରିୟାଣାବାସୀଙ୍କୁ ବିଜେପିର ୨୦ଟି ବଡ଼ ପ୍ରତିଶ୍ରୁତି, ନଜର ପକାନ୍ତୁ ସଂକଳ୍ପ ପତ୍ର ଉପରେ

ଓଏଲ୍‌ ବ୍ୟୁରୋ: ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ ହେବ ହରିୟାଣା ବିଧାନସଭା ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛି ଅଙ୍କକଷା। ବିଶେଷ ଭାବେ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଆମ୍‌ ଆଦମୀ ପାର୍ଟି ବିଶେଷ ରଣନୀତି ଆପଣାଇ ଜନତାଙ୍କ ହୃଦୟ ଜିତିବାକୁ କରୁଛନ୍ତି ଜୋରଦାର ପ୍ରୟାସ। ଗତକାଲି କଂଗ୍ରେସ ଇସ୍ତାହାର ଜାରି କରଥିବା ବେଳେ ଆଜି ବିଜେପି ଜାରି କରିଛନ୍ତି ଇସ୍ତାହାର ପତ୍ର। ବିଜେପି ହରିୟାଣାବାସୀଙ୍କୁ ୨୦ଟି ପ୍ରତିଶ୍ରୁତି ଦେଇଛି।

ରୋହତକରେ ଇସ୍ତାହାର ଘୋଷଣା ବେଳେ ବିଜେପି ରାଷ୍ଟ୍ରୟୀ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୋନି ଉପସ୍ଥିତ ଥିଲେ। ସଙ୍କଳ୍ପ ପତ୍ର ଜାରି କରି ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୋନି କହିଛନ୍ତି, ବିଜେପି ସରକାର ୫ବର୍ଷ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛି। ୨୦୧୪ରେ ବିଜେପି ନିର୍ବାଚନ ବେଳେ ଇସ୍ତହାରରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିଛି। ହରିୟାଣାରେ ମୋଟ୍ ୧୮୭ଟି ପ୍ରତିଶ୍ରୁତି ପାଳନ କରିଛି। ଏଥର ବି ମେନ୍ୟୁଫେଷ୍ଟୋରେ ରହିଥିବା ସମସ୍ତ ୨୦ଟି ଦାବି ପୂରଣ କରାଯିବ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଆଜି ହରିୟାଣା ବିଜେପି ସଂକଳ୍ପ ପତ୍ର ଜାରି କରିଛି। କଂଗ୍ରେସର ୭ଟି ଗ୍ୟାରେଣ୍ଟି ମୁକାବିଲାରେ ବିଜେପି ହରିୟାଣାବାସୀଙ୍କୁ ୨୦ଟି ପ୍ରତିଶ୍ରୁତି ଦେଇଛି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଆମ ସରକାର ହରିୟାଣାରେ ଏତେ କାମ କରିଛି ଯେ ଦିଲ୍ଲୀରୁ ରୋହତକ ପହଁଞ୍ଚିବାକୁ ମାତ୍ର ଦେଢ଼ ଘଣ୍ଟା ଲାଗୁଛି। ଏହାହିଁ ପ୍ରମାଣ କରୁଛି ଆମ ସରକାର ହରିୟାଣାର ବିକାଶ ପାଇଁ କେତେ କାମ କରିଛି। ପୂର୍ବ ଅପେକ୍ଷେ ଏବେ ରେଳ ବଜେଟ ୯ ଗୁଣା ରାଜ୍ୟକୁ ଦିଆଯାଇଛି ବୋଲି ନଡ୍ଡା କହିଛନ୍ତି।

ବିଜେପିର ସଂକ୍ରଳ୍ପ ପତ୍ର ଉପରେ ପକାନ୍ତୁ ନଜର:
ମହିଳା, କୃଷକ ଓ ଯୁବ ବର୍ଗ, ରୋଜଗାରକୁ ନଜରର ରଖି ନିଜର ସଂକଳ୍ପ ପତ୍ର ଜାରି କରିଛି ଭାରତୀୟ ଜନତା ପାର୍ଟି।

୧- ସମସ୍ତ ମହିଳାଙ୍କୁ ଲାଡୋ ଲକ୍ଷୀ ଯୋଜାନ ଦ୍ବାରା ପ୍ରତିମାସ ୨୧୦୦ ଟଙ୍କା ପ୍ରଦାନ କରାଯିବ।
୨- ରାଜ୍ୟରେ ୧୦ରୁ ଅଧିକ ଉଦ୍ୟୋଗୀ ସହର ନିର୍ମାଣ କରାଯିବ। ପ୍ରତି ସହରରେ ୫୦ ହଜାର ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ କମ୍ପାନୀଗୁଡ଼ିକୁ ବିଶେଷ ପ୍ରୋତ୍ସାହନ ଦିଆଯିବ।
୩- ଚିରାୟୁ ଆୟୁଷ୍ମାନ ଯୋଜନାଚରେ ପ୍ରତି ପରିବାରକୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ସ୍ବତନ୍ତ୍ର ଭାବେ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଦିଆଯିବ।
୪- ୨୪ଟି ଫସଲକୁ ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ମାଧ୍ୟମରେ କିଣା ଯିବ।
୫-୨ ଲକ୍ଷ ଯୁବକଙ୍କୁ ‘ବିନା ପର୍ଚି ବିନା ଖର୍ଚ୍ଚି’ରେ ପକ୍କା ସରକାରୀ ଚାକିରି ଦିଆଯିବ।
୬- ୫ଲକ୍ଷ ଯୁବକଙ୍କ ପାଇଁ ଅନ୍ୟ ରୋଜଗାର ବ୍ୟବସ୍ଥା କରାଯିବ ଏବଂ ନ୍ୟାସନାଲ ଅପ୍ରେଣ୍ଟିସ୍ ଜରିଆରେ ଭତ୍ତା ବ୍ୟବସ୍ଥା କରାଯିବ।
୭- ସହର ଏବଂ ଗ୍ରାମୀଣ କ୍ଷେତ୍ରରେ ୫ଲକ୍ଷ ଆବାସ ଘର ବଣ୍ଟନ କରାଯିବ।
୮- ପ୍ରତି ଜିଲ୍ଲାରେ ଅଲିମ୍ପିକ୍ସ ଖେଳ ପାଇଁ ନର୍ସରୀ ବ୍ୟବସ୍ଥା ରହିବ।
୯- ହରିୟାଣାରେ ସମସ୍ତ ଅଗ୍ନିବୀରଙ୍କୁ ସ୍ଥାୟୀ ଚାକିରି ବ୍ୟବସ୍ଥା କରାଯିବ।
୧୦- ହର ଘର ଗୃହିଣୀ ଯୋଜନାରେ ୫୦୦ ଟଙ୍କାରେ ଦିଆଯିବ ଗ୍ୟାସ୍‌ ସିଲିଣ୍ଡର
୧୧- ଉଜ୍ଜଳ ବାଳିକା ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ କଲେଜ ଯାଉଥିବା ବାଳିକାଙ୍କୁ ମିଳିବ ସ୍କୁଟର

Leave A Reply

Your email address will not be published.