Odisha Link
Bridging the Missing Links in Odisha

ରାହୁଲଙ୍କ ନାଁରେ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ: କେନ୍ଦ୍ର ବିରୋଧରେ କଂଗ୍ରେସର ଗର୍ଜନ

ଓଏଲ୍‌ ବ୍ୟୁରୋ: ରାହୁଲ ଗାନ୍ଧିଙ୍କ ନାଁରେ କିଛି ବିଜେପି ନେତାଙ୍କ ମନ୍ତବ୍ୟ ଅଭିଯୋଗ ଘଟଣାକୁ ନେଇ ସବୁଠି କଂଗ୍ରେସର ବିରୋଧ। ଏହି କ୍ରମରେ କେନ୍ଦ୍ର ବିରୋଧରେ ସ୍ୱର ଉଠାଇଛନ୍ତି ଓଡ଼ିଶାର କଂଗ୍ରେସ କର୍ମୀ। ଖାରବେଳ ନଗର ଥାନାରେ ଏତଲା ଦେବାକୁ କଂଗ୍ରେସ ଶୋଭାଯାତ୍ରା କରିଛି। ଏହି ଶୋଭାଯାତ୍ରାରେ ଗଲାବେଳେ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ କରିଥିଲା। ବ୍ୟାରିକେଡ ଟପିବାକୁ ଉଦ୍ୟମ ବେଳେ ପୁଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି।

ପ୍ରକାଶ ଥାଉକି, ରାହୁଲ ଗାନ୍ଧିଙ୍କ ବିରୋଧରେ ବିବାଦୀୟ ବିବୃତ୍ତି ଦେଇଥିବା ଶାସକ ଦଳର ନେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଜଣେ କେନ୍ଦ୍ରମନ୍ତ୍ରୀ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ନଂ ୱାନ୍ ଆତଙ୍କବାଦୀ କହିବାକୁ ନେଇ କଂଗ୍ରେସ ଅଭିଯୋଗ କରିଛି। ଏହିପରି ବିବୃତ୍ତି ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ, ଯାହା ଦ୍ୱାରା ଭାରତୀୟ ରାଜନୀତି ଅବନତିରୁ ରକ୍ଷା ହୋଇପାରିବ ବୋଲି କଂଗ୍ରେସ ଦାବି କରିଛି।

Leave A Reply

Your email address will not be published.