Odisha Link
Bridging the Missing Links in Odisha

ଧାମନଗରରେ ଗୋଷ୍ଠୀ ସଂଘର୍ଷ: ୧୬୩ ଧାରା ଜାରି

ଓଏଲ୍‌ ବ୍ୟୁରୋ: ଧାମନଗର ଧୁଷୁରୀ ଥାନା ଗୁଡ଼ୁପୋଖରୀ ବଜାରରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣା ପଡିଛି। ଗଣ୍ଡଗୋଳ ଓ ମାରପିଟରେ ଗୋଟିଏ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ୧ ପ୍ଲାଟୁନ ଫୋର୍ସ ସହ ଘଟଣାସ୍ଥଳରେ ଧାମନଗର ଓ ଧୁଷୁରୀ ପୁଲିସ ପହଁଞ୍ଚି ଘଟଣାର ତନାଘନା କରିଥିବାବେଳେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି ହୋଇଛି। ଧାରା ୧୬୩ ଅନୁଯାଇ, ସ୍ଥାନୀୟ ଅଂଚଳରେ ଏକାଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି।

Leave A Reply

Your email address will not be published.