Odisha Link
Bridging the Missing Links in Odisha

ହାତୀ ମୃତ୍ୟୁ: ବନ୍ଧା ହେଲେ ବନ କର୍ମଚାରୀ, ବଢ଼ିଲା ଉତ୍ତେଜନା

ଓଏଲ୍‌ ବ୍ୟୁରୋ: ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚା ବଢ଼ୁଥିବାବେଳେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଏହି ଘଟଣା ପରେ କୁଳଡିହା ବନ ବିଭାଗ କାର୍ଯ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି। ୩ ସବୁଜ ବାହିନୀ କର୍ମୀ ଓ ଜଣେ ଫରେଷ୍ଟ ଗାର୍ଡଙ୍କ ଗିରଫକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ହାତୀକୁ ପୋତିଦେବା ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ।

ସୂଚନା ଅନୁସାରେ, ଗତ ମେ’ ୭ରେ ସୋର ବନାଞ୍ଚଳ ବେତେଇବିଟ୍‌ରେ ହାତୀ ମୃତଦେହ ମିଳିଥିଲା। ମୃତ ହାତୀକୁ ପୋତିଦେବା ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ବିନା ଦୋଷରେ ଗିରଫ କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ଫରେଷ୍ଟ ଗାର୍ଡଙ୍କ ନିର୍ଦ୍ଦେଶରେ ହାତୀକୁ ପୋତିଥିବା ସବୁଜ ବାହିନୀ କର୍ମୀ କହିଛନ୍ତି। ଅଭିଯୋଗକୁ ଖଣ୍ଡନ ସହ ଘଟଣା ତାଙ୍କ ସମୟର ନୁହେଁ ବୋଲି ଫରେଷ୍ଟ ଗାର୍ଡ କହିଛନ୍ତି।

Leave A Reply

Your email address will not be published.