Odisha Link
Bridging the Missing Links in Odisha

ବାଂଲାଦେଶ ବିପକ୍ଷରେ ରୋହିତଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ମୁକାବିଲାରେ ବାଂଲାଦେଶ ଟିମ୍‌ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣିତ କରିଥିଲେ ବାଂଲାଦେଶ ବୋଲର। ଭାରତୀୟ ପ୍ରାରମ୍ଭିତ ବ୍ୟାଟିଂ ଲାଇନ୍‌ଅପ୍‌କୁ ଧ୍ବଂସ କରିବାରେ ସଫଳ ହୋଇଥିଲେ ବାଂଲା ବୋଲର।

ଟସ୍‌ ହାରିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିଲା। ଦଳର ଦୁଇ ଷ୍ଟାର ଓପନର ରୋହିତ ଶର୍ମା ଓ ଯଶ୍ବସୀ ଜଶଓ୍ବାଲ ବ୍ୟାଟିଂ କରିବାକୁ ଆସିଥିଲେ। ଅଧିନାୟକ ରୋହିତ ଶର୍ମା ମାତ୍ର ୧ ରନ୍‌ କରିଥିବା ବେଳେ ଜୀବନ ଦାନ ପାଇଥିଲେ। ହେଲେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ରୋହିତ। ଦଳୀୟ ସ୍କୋର ମାତ୍ର ୧୪ ରନ୍‌ ହୋଇଥିବା ବେଳେ ଭାରତୀୟ ଦଳକୁ ପ୍ରଥମ ଝଟକା ଦେଇଥିଲେ ବାଂଲାଦେଶର ଷ୍ଟାର ବୋଲର ହାସନ ମହମ୍ମଦ। ରୋହିତ ଶର୍ମାଙ୍କୁ ମାତ୍ର ୬ ରନ୍‌ ସ୍କୋରରେ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ ହାସନ।

ବାଂଲାଦେଶ ବିପକ୍ଷରେ ରୋହିତ ଶର୍ମା ୪ର୍ଥ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏହାରରି ମଧ୍ୟରେ ରୋହିତ ମାତ୍ର ୬ ରନ୍‌ କରି ୩ଥର ଆଉଟ୍‌ ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ବାଂଲାଦେଶ ବିପକ୍ଷରେ ରୋହିତଙ୍କ ସର୍ବାଧିକ ସ୍କୋର ୨୧ ରନ୍‌ ରହିଛି। ବାଂଲାଦେଶ ବିପକ୍ଷରେ ରୋହିତ ଶର୍ମା ମାତ୍ର ୩୯ ରନ୍‌ ସ୍କୋର କରିଛନ୍ତି।

ରୋହିତଙ୍କ ଆଉଟ୍‌ ହେବା ପରେ ଜୟଶ୍ବାଲଙ୍କ ସାଥ ଦେବାକୁ ଶୁଭମନ ଗିଲ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଖାତା ନଖୋଲି ପ୍ୟାଭିଲିଅନ୍‌ ଫେରିଥିଲେ ଗିଲ୍। ଭାରତୀୟ ଦଳର ସ୍କୋର ୨୮ ରନ୍‌ ହୋଇଥିବା ବେଳେ ଗିଲ୍‌ଙ୍କୁ ଆଉଟ୍‌ କରିଥିଲେ ହାସନ। ପରେ ରନ୍‌ ମେସିନ୍‌ କୋହଲି ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ସେ ମଧ୍ୟ ଦୁଇ ଅଙ୍କ ଛୁଇଁବାରେ ବିଫଳ ହୋଇଥିଲେ। ଦଳୀୟ ସ୍କୋର ୩୪ ରନ୍‌ ହୋଇଥିବା ବେଳେ ବିରାଟଙ୍କୁ ପ୍ୟାଭିଲିଅନ୍‌ ପଠାଇଥିଲେ ହାସନ। ବିରାଟଙ୍କ ଆଉଟ ପରେ ୨ ବର୍ଷ ପରେ ଟେଷ୍ଟ ମ୍ୟାଚରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଋଷଭ ପନ୍ତ।

ଜୟସଓ୍ବାଲଙ୍କ ସହିତ ଋଷଭ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଦୁହେଁ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ହେଲେ ଦଳୀୟ ସ୍କୋର ୯୬ ହୋଇଥିବା ବେଳେ ଋଷଭଙ୍କୁ ପ୍ୟାଭିଲିଅନ ପଠାଇଥିଲେ ହାସନ। ଋଷଭ ୩୯ ରନ୍‌ ସ୍କୋର କରି ଆଉଟ୍‌ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଖବର ହେଲା ଲେଖା ବେଳକୁ ଭାରତୀୟ ଦଳ ୩୩ ଓଭର ସୁଦ୍ଧା ୪ ଓ୍ବିକେଟ ହରାଇ ୧୨୬ ରନ୍‌ ସ୍କୋର କରିଛି। ଯଶ୍ବସୀ ୪୯ ରନ୍‌ କରି ଅପରାଜିତ ଥିବାବଳେ ରାହୁଲ ୫ ରନ୍‌ କରି ବ୍ୟାଟିଂ ଜାରି ରଖିଛନ୍ତି। ବାଂଲାଦେଶ ପକ୍ଷରୁ ହାସନ ୪ଟି ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି।

Leave A Reply

Your email address will not be published.