Odisha Link
Bridging the Missing Links in Odisha

ଭୟ ବଢ଼ାଇଲା ମଙ୍କିପକ୍ସ, ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଓଏଲ୍‌ ବ୍ୟୁରୋ: ଦେଶର କେତେକ ଅଞ୍ଚଳରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଳକଣ୍ଠ ମିଶ୍ର ରାଜ୍ୟର ସିଡିଏମ୍‌ଓ, ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ, ପାରାଦ୍ୱୀପ ପୋର୍ଟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସମସ୍ତ ମେଡିକାଲ୍ କଲେଜର ମୁଖ୍ୟ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌, ରାଉରକେଲାର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ସତର୍କ ଓ ଆବଶ୍ୟକୀୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ବିମାନବନ୍ଦର ଓ ପୋର୍ଟ ଗୁଡ଼ିକରେ ସ୍ୱାସ୍ଥ୍ୟ ଡେସ୍କ ଖୋଲାଯିବ। ଯେଉଁମାନେ ସମ୍ବେଦନଶୀଳ ଦେଶଗୁଡ଼ିକରୁ ଫେରିଥିବେ ଓ ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଉ ଥିଲେ ସେମାନଙ୍କ ସ୍କ୍ରିନିଂ କରାଯିବ। ଯେଉଁ ସନ୍ଦିଗ୍ଧମାନଙ୍କୁ ଏଠାରେ ଚିହ୍ନଟ କରାଯିବ, ସେମାନଙ୍କୁ ଆଇସୋଲେସନରେ ରଖାଯିବ। ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ଏମ୍ସ ଭୁବନେଶ୍ୱରକୁ ପଠାଯିବ। ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ପଜିଟିଭ୍ ଆସେ ତେବେ ତୁରନ୍ତ ତାଙ୍କର ତଥ୍ୟ ରାଜ୍ୟ ଆଇଡିଏସ୍‌ପି ଟିମ୍‌କୁ ଅବଗତ କରାଇବାକୁ କୁହାଯାଇଛି।

Leave A Reply

Your email address will not be published.