Odisha Link
Bridging the Missing Links in Odisha

ବନ୍ୟାର ବିତ୍ପାତ, ୪ ଜିଲ୍ଲାର ୩୯ ହଜାର ଲୋକ ପ୍ରଭାବିତ

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଯୋଗୁଁ ୪ଟି ଜିଲ୍ଲା ଯଥା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୩୯ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୪୭୧ଟି ଘର ଭାଙ୍ଗିଥିବା ବେଳେ ୧୩ ହଜାର ୨୩୫ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ ପ୍ରାଥମିକ ଆକଳନ କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି।

ଏସଆରସିଙ୍କ କାର୍ଯ୍ୟାଳୟର ପ୍ରଦତ୍ତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରେ ଜଳକା ଓ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜିଲ୍ଲାର ୫ଟି ବ୍ଲକ ଯଥା ଭୋଗରାଇ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ବ୍ଲକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଏହି ବ୍ଲକଗୁଡ଼ିକର ୧୪୧ ବ୍ଲକରେ ୩୫ ହଜାର ୬୫୪ ଲୋକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୬୩୨ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୫୧ ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକର ୧୧୬୦ ଲୋକ ପ୍ରଭାବିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ବ୍ଲକ ଓ ରାଉରକେଲା ପୌରାଞ୍ଚଳର ୧୫୩ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ସୂଚନା ରହିଛି।

Leave A Reply

Your email address will not be published.