Odisha Link
Bridging the Missing Links in Odisha

ଟେଷ୍ଟ କ୍ରିକେଟରେ ଅଶ୍ବିନୀଙ୍କ ୬ଷ୍ଠ ଶତକ, ଚେନ୍ନାଇରେ କଲେ ବଡ଼ ରେକର୍ଡ

ଓଏଲ୍‌ ବ୍ୟୁରୋ: ବାଂଲାଦେଶ ବିପକ୍ଷରେ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀଙ୍କ ଦମଦାର ଶତକୀୟ ଇନିଂସ୍। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ମୁକାବିଲାରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ କ୍ୟାରିୟର ୬ଷ୍ଠ ଶତକୀୟ ଇନିଂସ୍‌ ଖେଳିଛନ୍ତି ଅଶ୍ବିନୀ। ଚେନ୍ନାଥ ମାଟିରେ ଦ୍ବିତୀୟ ଶତକୀୟ ଇନିଂସ ଖେଳିଛନ୍ତି ଅଶ୍ବିନୀ। ବିଶ୍ବର ଏକମାତ୍ର ଖେଳାଳି ଭାବେ ଅଶ୍ବିନୀ ଟେଷ୍ଟ କ୍ରିକେଟରେ ୫୦୦ରୁ ଉର୍ଦ୍ଧ୍ବ ଓ୍ବିକେଟ ନେଇଥିବା ବେଳେ ୬ଟି ଶତକୀୟ ଇନିଂସ ସ୍କୋର କରିଛନ୍ତି।

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ପ୍ରଦର୍ଶନ କରିଚନ୍ତି ରବୀନ୍ଦ୍ର ଜାଡେଜା-ରବିଚନ୍ଦ୍ରନ ଅଶ୍ବିନୀ ଯୋଡ଼ି। ୭ମ ଓ୍ବିକେଟ ପାଇଁ ସବୁଠୁ ବଡ଼ ପାର୍ଟନରସିପ୍‌ ଇନିଂସ୍‌ ଖେଳିଛନ୍ତି ଏହି ଦୁଇ ଷ୍ଟାର ଅଲରାଉଣ୍ଡର। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୮୦ ଓଭର ଖେଳି ୬ ଓ୍ବିକେଟ ହରାଇ ମୋଟ ୩୩୯ ରନ୍‌ ସ୍କୋର କରିଛି। ରବୀନ୍ଦ୍ର ଜାଡେଜା ୮୬ ଓ ଅଶ୍ବିନୀ ୧୦୨ ରନ୍‌ ସ୍କୋର ଅପରାଜିତ ଅଛନ୍ତି। ବାଂଲାଦେଶ ପକ୍ଷରୁ ହାସନ ମହମ୍ମୁଦ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ନାହିଦ ରାଣା ଓ ମେହେନ୍ଦି ହାସନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି।

ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ମୁକାବିଲାରେ ବାଂଲାଦେଶ ଟିମ୍‌ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣିତ କରିଥିଲେ ବାଂଲାଦେଶ ବୋଲର। ଭାରତୀୟ ପ୍ରାରମ୍ଭିତ ବ୍ୟାଟିଂ ଲାଇନ୍‌ଅପ୍‌କୁ ଧ୍ବଂସ କରିବାରେ ସଫଳ ହୋଇଥିଲେ ବାଂଲା ବୋଲର। ହେଲେ ୪୦ ଓଭର ପରେ ବାଂଲା ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରିଥିଲେ ଭାରତୀୟ ବ୍ୟାଟର।

Leave A Reply

Your email address will not be published.