ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁ ଘଟଣା: ସାଙ୍ଘାତିକ ଅଭିଯୋଗ ଆଣିଲେ ପରିବାର ଲୋକ
ଓଏଲ୍ ବ୍ୟୁରୋ: ଗାୟିକା ରୁକ୍ସାନା ବାନୋଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି। ଏସବୁ ଭିତରେ ପରିବାର ଲୋକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସ୍କ୍ରବ୍ ଟାଇଫସ୍ ନୁହେଁ ସ୍ଲୋ ପଏଜନ ଯୋଗୁଁ ମୃତ୍ୟୁ ଅଭିଯୋଗ ହୋଇଛି। ସ୍ଲୋ ପଏଜନ ଦେଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଜଣେ ସମ୍ବଲପୁରୀ ଗାୟକଙ୍କ ନାଁରେ ଅଭିଯୋଗ କରିଛନ୍ତି ରୁକ୍ସାନା ବାନୋଙ୍କ ପରିବାର। ସମ୍ବଲପୁରୀ ଗାୟିକା ୧୫ ଦିନ ତଳେ ବଲାଙ୍ଗିରରେ ସୁଟିଂ ବେଳେ ଅସୁସ୍ଥ ହୋଇଥିଲେ। ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ମୃତ୍ୟୁ ହୋଇଛି।